fbpx

ହେଲମେଟ୍ ପିନ୍ଧିବା ପୂର୍ବରୁ ନିଶ୍ଚୟ ଦିଅନ୍ତୁ ଧ୍ୟାନ, ଅନ୍ୟଥା ଆପଣଙ୍କ ସହ ବି ଘଟିପାରେ ଏପରି କିଛି..

ନୂଆଦିଲ୍ଲୀ: ବାଇକ୍ ଚଲାଇବା ସମୟରେ ସୁରକ୍ଷା ଦୃଷ୍ଟିରୁ ହେଲମେଟ୍ ପିନ୍ଧିବା ସମସ୍ତଙ୍କ ଲାଗି ବାଧ୍ୟତାମୂଳକ ହୋଇଥାଏ । ବଜାରରେ ଆଜିକାଲି ଭିନ୍ନ ଭିନ୍ନ ଡିଜାଇନର ସୁନ୍ଦର ହେଲମେଟ୍ ମିଳୁଛି । ହେଲମେଟ୍ ପିନ୍ଧିବା ଯେତିକି ଜରୁରୀ ତାହାକୁ ପରିଷ୍କାର ରଖିବା ବି ସେତିକି ଜରୁରୀ । କିନ୍ତୁ ଯଦି ଆପଣ ହେଲମେଟ୍ ପିନ୍ଧିବାକୁ ଯାଉଥିବା ବେଳେ ସେଥିରେ ବିଷଧର ସାପ ରହିଥିବାର ଦେଖିବେ ତେବେ..? କେରଳର ତ୍ରିଶୂରରୁ ଏବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ସୋଜନ ନାମକ ଏହି ବ୍ୟକ୍ତି ଜଣକ ନିଜ ୱାର୍କପ୍ଲେସ୍‌ରେ ପାର୍କିଂ ସ୍ଥାନରେ ସ୍କୁଟର ପାଖରେ ନିଜ ହେଲମେଟ୍ ରଖିଥିଲେ । ସନ୍ଧ୍ୟାରେ ଯେତେବେଳେ ସେ ଘରକୁ ଆସିବା ଲାଗି ଗାଡି ପାଖକୁ ଆସିଥିଲେ ତାଙ୍କୁ ଲାଗିଥିଲା ତାଙ୍କ ହେଲମେଟ୍ ମଧ୍ୟରେ ସାପ ପରି କିଛି ଗୋଟେ ପଶିଯିବା ପରି । ସେ ଏହାପରେ ସ୍ନେକ୍ ହେଲ୍ପ ଲାଇନ୍ ସହ ଯୋଗାଯୋଗ କରିଥିଲେ । ସ୍ନେକ୍ ହେଲ୍ପ ଲାଇନ୍ ହେଲମେଟ୍ ମଧ୍ୟରୁ ଯେଉଁ ସାପ ଉଦ୍ଧାର କରିଥିଲେ ତାହା ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ତାହା ଥିଲା ଏକ ବିଷାକ୍ତ ନାଗ ସାପ । ସାପଟି ହେଲମେଟ୍ ଭିତରେ ଏପରି ଭାବରେ ଲୁଚି ଯାଇଥିଲା ବାହାରକୁ ଆଦୌ ନଜର ଆସୁ ନ ଥିଲା । ସୋଜନ ବାହାରୁ ଦେଖିଦେଇଥିବାରୁ ତାଙ୍କ ଜୀବନ ରକ୍ଷା ହୋଇ ଯାଇଥିଲା ଅନ୍ୟଥା ସାପ ଦଂଶନରେ ଅକାଳରେ ତାଙ୍କ ପ୍ରାଣ ଯାଇଥାନ୍ତା ।

Get real time updates directly on you device, subscribe now.