ପୁଅ ପାଖରେ ଅଭାବ ଥିଲା ସ୍ପର୍ମ, ଶଶୁର- ନଣନ୍ଦେଇ ମିଶି ବୋହୂ ସହ କଲେ ଏପରି କାମ…

ମହିଳାଙ୍କ ବୟାନଙ୍କୁ ଆଧାର କରି ମାମଲା ରୁଜୁ କରାଯାଇଛି।

ଗୁଜରାଟ: ବଂଶ ବଢ଼ାଇବା ପାଇଁ ସବୁ ସୀମା ପାର କଲା ସ୍ୱାମୀ। ପିଲା ଲାଳସା ଏପରି ଥିଲା କି କେଉଁ ସ୍ତରକୁ ସ୍ୱାମୀ ଚାଲିଯାଉଥିଲା।

ସ୍ତ୍ରୀକୁ ଅନ୍ୟ କାହା ପାଖରେ ଶୋଇବାକୁ ସ୍ୱାମୀ କରୁଥିଲା ବାଧ୍ୟ। ବାହାରେ କିଏ ଜାଣିଦେବ ତେଣୁ ଘର ଲୋକଙ୍କ ପାଖରେ ଶୋଇବାକୁ ସ୍ତ୍ରୀକୁ ବାଧ୍ୟ କରୁଥିଲା ସ୍ୱାମୀ।

ରାଜି ନହେବାରୁ ବାପା ସମ୍ନାନ ଶଶୁର ଏବଂ ନଣନ୍ଦେୟୀ ଛୁଆ ପାଇଁ ବୋହୂକୁ କରୁଥିଲେ ରେଫ୍‌। ଗୁଜରାଟ ଭଦୋରାରେ ଦେଖିବାକୁ ମିଳିଛି ଏହି ଘଟଣା।

ମହିଳାଙ୍କ ସ୍ୱାମୀଙ୍କ ସ୍ପର୍ମ କାଉଣ୍ଟ ବହୁତ କମ୍ ଥିଲା। ଯାହା ପାଇଁ ମହିଳା ଗର୍ଭବତୀ ହୋଇପାରୁନଥିଲେ। ଯାହାର ଫାଇଦା ନେଇ ବଂଶ ବଢ଼ାଇବା କହି ଶଶୁର, ନଣନ୍ଦର ସ୍ୱାମୀ ଅନେକ ଥର ବୋହୂକୁ ବଳାତ୍କାର କରିଛନ୍ତି।

ବୋହୂ ସହ ଏଭଳି କାମ ସବୁ ବେଳେ କରୁଥିଲେ। ଏହାରି ଭିତରେ ମହିଳାଙ୍କର ମିସକ୍ୟାରେଜ ମଧ୍ୟ ହୋଇଯାଇଥିଲା। ଯାହା ପରେ ସେ ଆଉ ନିଜକୁ ନଅଟକାଇ ଥାନାରେ ପହଞ୍ଚିଥିଲେ।

ଥାନାରେ ସେ ତାଙ୍କ ଶଶୁର, ନଣନ୍ଦଙ୍କ ସ୍ୱାମୀ ବିରୋଧରେ ଦୁଷ୍କର୍ମର ଅଭିଯୋଗ କରିଥିଲେ। ମହିଳାଙ୍କ ବୟାନଙ୍କୁ ଆଧାର କରି ମାମଲା ରୁଜୁ କରାଯାଇଛି।

ଏହା ସହ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରିଛନ୍ତି। ମହିଳାଙ୍କର କିଛି ପ୍ରାଇଭେଟ୍ ଫଟୋ ଲୋକଙ୍କୁ ଦେଖାଇଦେବେ କହି ସ୍ୱାମୀ ତାଙ୍କୁ ବ୍ଲାକମେଲ୍ କରିବା ସହ ଏଭଳି କାମ କରିବାକୁ ବାଧ୍ୟ କରୁଥିଲେ।

ଫେବ୍ରୁଆରୀ ୨୦୨୪ରେ ତାଙ୍କ ବିବାହା ହୋଇଥିଲା। କିଛି ସପ୍ତାହ ପରେ ତାଙ୍କ ଶଶୁର ଘର ଲୋକ ତାଙ୍କୁ କହିଥିଲେ ୩୯ ବର୍ଷ ହୋଇଯିବାରୁ ସେ ଗର୍ଭବତୀ ହୋଇପାରିବେନି।

ଏହା ପରେ ସ୍ୱାମୀ- ସ୍ତ୍ରୀ ହସ୍ପିଟାଲ ଯାଇଥିଲେ। ଯେଉଁଠାରେ ଜାଣିବାକୁ ମିଳିଥିଲା ମହିଳାଙ୍କ ସ୍ୱାମୀଙ୍କର ଶୁକ୍ରାଣୁ ସଂଖ୍ୟା ବହୁତ କମ।

ଡାକ୍ତର ଚିକିତ୍ସା କରିବାକୁ ମନା କରି ପିଲା ଆଡପ୍ଟ କରିବାକୁ କହିଥିଲେ। କିନ୍ତୁ ଶଶୁର ଘର ଲୋକ ମାନି ନଥିଲେ। ଜୁଲାଇ ୨୦୨୪ରେ ମହିଳା ଯେତେବେଳେ ନିଜ ରୁମରେ ଶୋଇଥିଲେ ସେହି ସମୟରେ ଶଶୁର ରୁମରେ ପଶି ତାଙ୍କୁ ବଳାତ୍କାର କରିଥିଲା।

ଯେତେବେଳେ ସେ ସାହାର୍ଯ୍ୟ ପାଇଁ ଚିତ୍କାର କରିଥିଲେ ଶଶୁର ତାଙ୍କୁ ମାଡ଼ ମାରିଥିଲେ। ଏହା ପରେ ନଣନ୍ଦଙ୍କ ସ୍ୱାମୀ ମଧ୍ୟ ତାଙ୍କ ସହ ଦୁଷ୍କର୍ମ କରିଥିବା କହିଛନ୍ତି ପୀଡ଼ିତା।