fbpx

BOYFRIEND କହିଲା ତୁ ତୋ ସ୍ବାମୀ ପରି ଅସୁନ୍ଦରୀ; ଦେଢ ବର୍ଷର ପୁଅକୁ ମାଡ ମାରି ରାଗ ଶାନ୍ତ କରୁଥିଲା ମା’

ନୂଆଦିଲ୍ଲୀ: ଦେଢ ବର୍ଷର ଶିଶୁ ପୁତ୍ରକୁ ମାଡ ମାରି ଏହାର ଭିଡିଓକୁ ଶୁଟ କରୁଥିଲା ଆନ୍ଧ୍ର ପ୍ରଦେଶର ମହିଳା । ଏହି ଭିଡିଓ ଭାଇରାଲ ହେବା ପରେ ମହିଳା ଜଣଙ୍କୁ ପୋଲିସ ଗିରଫ କରି ନେଇଛି । ଗିରଫ ପରେ ମହିଳା ଜଣଙ୍କ ଶିଶୁ ଟିକୁ ମାରିବାର ଯେଉଁ କାରଣ କହିଛନ୍ତି ତାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ । ମହିଳା ଜଣଙ୍କୁ ତାଙ୍କ ପ୍ରେମିକ ଅସୁନ୍ଦରୀ ଏବଂ ତାଙ୍କ ସ୍ୱାମୀକୁ ଅସୁନ୍ଦର ବୋଲି କହିଥିଲେ । ବୟଫ୍ରେଣ୍ଡ ଏପରି କହୁଥିବାରୁ ସେ ରାଗରେ ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ ବୋଲି ପ୍ରକାଶ କରିଛନ୍ତି । ଏହି ଭିଡିଓ ଶୁଟିଂ କରି ସେ ନିଜ ବୟଫ୍ରେଣ୍ଡ ପାଖକୁ ପଠାଉଥିଲେ ।

ଘଟଣାଟି ଏହିପରି କି ଆନ୍ଧ୍ରପ୍ରଦେଶର ବଲ୍ଲିପୁରମର ଭଦିବଝଗନ(୨୨) ଏବଂ ତୁଳସୀ ୪ ବର୍ଷ ତଳେ ବିବାହ କରିଥିଲେ । ଉଭୟଙ୍କର ଦୁଇଟି ସନ୍ତାନ ରହିଛି । ତାମିଲନାଡୁର ମୋଟ୍ଟୁରରେ ଉଭୟ ବାସ କରନ୍ତି । ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡା ହେବାରୁ ତୁଳସୀଙ୍କୁ ତାଙ୍କ ପିତା ମାତାଙ୍କ ପାଖରେ ଛାଡି ଦେଇଥିଲେ । ଏହି ସମୟରେ ତୁଳସୀ ଓ ତାଙ୍କ ବୟଫ୍ରେଣ୍ଡଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡା ପରେ ତୁଳସୀ ନିଜର ୧୮ ମାସର ଶିଶୁକୁ ମାଡ ମାରୁଥିବାର ଭିଡିଓ ବନାଇ ନିଜ ବୟଫ୍ରେଣ୍ଡ ନିକଟକୁ ପଠାଉଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ ବର୍ତ୍ତମାନ ତୁଳସୀକୁ ଗିରଫ କରିଛି ।

Get real time updates directly on you device, subscribe now.