ଗାନ୍ଧୀନଗର: ଅହମଦାବାଦ୍ ବିମାନ ଦୁର୍ଘଟଣାରେ ପ୍ରାଣ ହାରିଛନ୍ତି ବାଲୋତରା ଜିଲ୍ଲା ଅରାବା ଗାଁର ଖୁସବୁଙ୍କ ମୃତ୍ୟୁ ଘଟିଛି ।
ଚଳିତ ବର୍ଷ ଜାନୁଆରୀରେ ଖୁସବୁ ମନଫୁଲ ସିଂଙ୍କୁ ବିବାହ କରିଥିଲେ । ଖୁସବୁଙ୍କ ସ୍ୱାମୀ ମନଫୁଲ ଲଣ୍ଡନରେ ରହି ପଢ଼ୁଥିଲେ ।
ବିବାହ ପରେ ପ୍ରଥମ ଥର ଖୁସବୁ ସ୍ୱାମୀଙ୍କୁ ଦେଖା କରିବାକୁ ଲଣ୍ଡନ ଯାଉଥିଲେ, ହେଲେ ଭଗବାନ ତାହା କରେଇ ଦେଇ ନ ଥିଲେ ।
ଲଣ୍ଡନରେ ପହଞ୍ଚିବା ପୂର୍ବରୁ ହିଁ ଖୁସବୁଙ୍କ ମୃତ୍ୟୁ ହୋଇଗଲା, ବିମାନ ଦୁର୍ଘଟଣାରେ । ଖବର ପାଇ ଖୁସବୁଙ୍କ ପରିବାରରେ ଦୁଃଖର କଳାବାଦଲ ଛାଇ ଯାଇଛି ।
ଆଜି ଅପହରାହ୍ଣ ୧ଟା ବାଜି ୧୭ ମିନିଟରେ ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନ ଟେକଅଫ୍ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ସୂଚନା ମୁତାବକ ୨୦୪ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ତେବେ ଦୁର୍ଘଟଣାର କାରଣ ଜାଣିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି କୁହାଯାଥଇଛି ।