ସୀମା ଟପିଲା କ୍ରୁରତା: ମଦ ପିଆଇ ମହିଳାଙ୍କୁ ଗଣଦୁଷ୍କର୍ମ କଲେ ୪ ଅଭିଯୁକ୍ତ, ସାମ୍ନାକୁ ଆସିଲା ପୀଡିତାଙ୍କ ସାହାଯ୍ୟ ମାଗିବାର Video
ଦୀପାବଳି ଦିନ ଆଗ୍ରାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସେଠାରେ ଏକ ହୋଟେଲରେ ଗଣଦୁଷ୍ମର୍କ କରିଛନ୍ତି ୪ ଅଭିଯୁକ୍ତ । ସେମାନେ ମହିଳାଙ୍କ ସହ କ୍ରୁରତାର ସମସ୍ତ ସୀମା ଅତିକ୍ରମ କରିଛନ୍ତି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ମହିଳା ଜଣକ ଦୟାର ଭିକ୍ଷା ମାଗୁଛନ୍ତି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଗ୍ରାର ଏକ ହୋମ୍ ଷ୍ଟେ ହୋଟେଲରେ ମହିଳା କର୍ମଚାରୀଙ୍କ ସହ ୪ ଜଣ ଅଭିଯୁକ୍ତ ଗଣଦୁଷ୍କର୍ମ କରିଥିଲେ । ଜଣେ ମହିଳା ମଧ୍ୟ ୪ ଅଭିଯୁକ୍ତକୁ ସମର୍ଥନ କରିଥିଲେ । ପୋଲିସ କହିଛି ଯେ, ଏହି ମାମଲାରେ ଜଣେ ମହିଳା ସମେତ ୫ ଜଣଙ୍କୁ ଗିରଫ କରାଯାଇଛି ।
ପୀଡିତା ହୋମ୍ ଷ୍ଟେ ହୋଟେଲରେ କାମ କରନ୍ତି । ୨୫ ବର୍ଷୀୟ ପୀଡିତା କହିଛନ୍ତି ଯେ, ପୂର୍ବରୁ ତାଙ୍କ ଉପରେ ଏକ ଆପତ୍ତିଜନକ ଭିଡିଓ ପ୍ରସ୍ତୁତ କରାଯାଇଥିଲା ଏବଂ ତାଙ୍କୁ ବ୍ଲାକମେଲ କରାଯାଇଥିଲା । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତମାନେ ତାଙ୍କୁ ଜବରଦସ୍ତି ମଦ ପିଆଇଥିଲେ ଏବଂ ତାଙ୍କ ମୁଣ୍ଡରେ ଏକ ଗ୍ଲାସ ବୋତଲ ଭାଙ୍ଗି ଦେଇଥିଲା ।
होम स्टे में नौकरी करने वाली लड़की के साथ रेप।खुद को बचाने की कोशिश की तो हैवानों ने बुरी तरह मारा।
रेपिस्ट –
जितेंद्र राठौर
रवि राठौर
मनीष कुमार सिंह
देव किशोर सिंह
आगरा UP। पता नहीं पैर में गोली क्यों नहीं मार पाई इस बार पुलिस। pic.twitter.com/2qtT9X60tr— Villager Anuj Tomar (@Da___Engineer) November 12, 2023
ଛାଡି ଦେବାକୁ ଭିକ ମାଗୁଥିଲେ ପୀଡିତା :-
ତେବେ ମହିଳା ଜଣକ ସାହାଯ୍ୟ ମାଗୁଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ପୀଡିତା ପଶୁମାନଙ୍କଠାରୁ ସାହାଯ୍ୟ ମାଗୁଥିବାର ଦେଖିବାକୁ ମିଳିଛି । ମହିଳା ଜଣକ କାନ୍ଦି କାନ୍ଦି ଛାଡିଦେବାକୁ କହୁଛନ୍ତି ଏବଂ ଅଭିଯୁକ୍ତ ତାଙ୍କୁ କୋଠରୀ ଭିତରକୁ ଟାଣି ନେଉଛନ୍ତି । ଯେଉଁ ହୋଟେଲରେ ଏହି ଘଟଣା ଘଟିଥିଲା, ତାହା ତାଜଗଞ୍ଜ ପୋଲିସ୍ ଷ୍ଟେସନ୍ ଅଞ୍ଚଳର ତାଜନାଗରୀ ଫେଜ୍ ୨ରେ ରହିଛି । ପୀଡିତା ଏଠାରେ ପ୍ରାୟ ଦେଢ଼ ବର୍ଷ ଧରି କାମ କରୁଥିଲେ । ପୋଲିସ ଜଣେ ମହିଳାଙ୍କ ସହ ଅଭିଯୁକ୍ତ ଜିତେନ୍ଦ୍ର ରାଠୋର, ରବି ରାଠୋର, ମନୀଷ କୁମାର ଏବଂ ଦେବକିଶୋରକୁ ଗିରଫ କରିଛି ।
उत्तर प्रदेश रामराज्य से दो कदम आगे चल रहा है।
यह आगरा है @ULiveIndia @The_Mooknayak pic.twitter.com/vrvRtIUwrp— ओबीसी महासभा (रजि.) (@OBC_MP) November 12, 2023