fbpx

ବିଲ ମଧ୍ୟକୁ ଟାଣି ନେଇ ଗଣ ଦୁଷ୍କର୍ମ, ଭିଡିଓ ଭାଇରାଲ୍ ପରେ ମୁହଁ ଖୋଲିଲେ ଯୁବତୀ

ବାରଣାସୀ:ଉତ୍ତର ପ୍ରଦେଶ ବାରଣାସୀ ଜିଲ୍ଲା ଥାନା ଫୁଲପୁରରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଛି । ଏହି ଘଟଣାଟି ୧୯ ତାରିଖରେ ଘଟିଥିଲା । କିନ୍ତୁ ସଂପୃକ୍ତ ଯୁବତୀଙ୍କୁ ଅଭିଯୁକ୍ତଙ୍କ ପକ୍ଷରୁ ଭିଡିଓ ଭାଇରାଲ୍ କରିଦେବାକୁ ଧମକ ଦିଆଯାଇଥିବାରୁ ସେ ଆଜି ପର୍ଯ୍ୟନ୍ତ ଚୁପ୍ ରହିଥିଲେ । କିନ୍ତୁ ଏବେ ଏହି ଗଣ ଦୁଷ୍କର୍ମର ଭିଡିଓ ଭାଇରାଲ୍ ହେବାପରେ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଏଫଆଇଆର୍ ଦାଖଲ କରାଯାଇଛି । ଏଫଆଇଆର୍ ଦାଖଲ ହେବା ପରେ ପୋଲିସ ଅନୁସନ୍ଧାନ ଆରମ୍ଭ କରି ଭିଡିଓ ଅନୁସାରେ ୪ ଜଣ ଯୁବକଙ୍କୁ ଗିରଫ କରି ଜେଲ୍ ପଠାଇ ଦେଇଛି ।

ସିନ୍ଦୈରା ଥାନାରେ ରହୁଥିବା ଏହି ଯୁବତୀ ଗତ ୧୯ ତାରିଖରେ ଗଙ୍ଗା ଆରତୀ ଦେଖିବାକୁ ଯାଇଥିଲେ । ଆରତୀ ଦେଖି ସାରି ସେ ଘରକୁ ଫେରୁଥିବା ସମୟରେ ବାବତପୁରରେ ବସ୍ ଧରିବା ଲାଗି ବାଟରେ ଅପେକ୍ଷା କରିଥିଲେ । ଏହି ସମୟରେ ୪ ଜଣ ଯୁବକ ଆସି ତାଙ୍କୁ ଜୋର ଜବରଦସ୍ତ ଟାଣି ଟାଣି ବିଲ ମଧ୍ୟକୁ ନେଇ ଯାଇଥିଲେ । ପ୍ରଥମେ ସେମାନେ ଯୁବତୀଙ୍କୁ ଖୁବ୍ ମାରପିଟ୍ କରିଥିଲେ । ପରେ ସେମାନେ ଯୁବତୀଙ୍କ ସହ ଜଣଙ୍କ ପରେ ଜଣେ ଗଣ ଦୁଷ୍କର୍ମ କରିଥିଲେ । ଏହି ୪ ଜଣ ଯୁବକ ଫୁଲପୁରରେ ରୁହନ୍ତି ଏବଂ ସେମାନଙ୍କ ନାମ ଗୋଲୁ ଗୋଣ୍ଡେ, ନାନକ ପଟେଲ, ସୁରଜ ଗୋଣ୍ଡେ ଓ ଅମଜଦ ।

୪ ଜଣ ଅଭିଯୁକ୍ତ ଦୁଷ୍କର୍ମ ପରେ ଯୁବତୀଙ୍କ ଧମକ ଦେଇଥିଲେ ଯଦି ସେ ଏ ବିଷୟରେ ମୁହଁଖୋଲିବେ ତେବେ ତାଙ୍କର ଏହି ଭିଡିଓ ଭାଇରାଲ୍ କରି ଦିଆଯିିବ । ଏହି କାରଣରୁ ଯୁବତୀ ଘଟଣା ପରେ ଚୁପ୍ ରହିଥିଲେ । କିନ୍ତୁ ଘଟଣା ପରେ ଯୁବକମ ।ନେ ଭିଡିଓ ଭାଇରାଲ୍ କରି ଦେଇଥିଲେ ଯାହା ପ୍ରଥମେ ପୀଡିତାଙ୍କ ଭାଇ ଦେଖିପାରିଥିଲେ । ଭାଇ ଯେତେବେଳେ ଯୁବତୀଙ୍କୁ ଏ ବିଷୟରେ ପଚାରିଥିଲେ ସେତେବେଳେ ଯୁବତୀ ଜଣକ ସବୁ କଥା ଖୋଲି କହିଥିଲେ । ଏହାପରେ ଯୁବତୀଙ୍କ ପରିବାର ଥାନାରେ ପହଞ୍ôଚ ଗଣ ଦୁଷ୍କର୍ମ ହୋଇଥିବା ନେଇ ଏଫଆଇଆର ରୁଜୁ କରିଥିଲେ । ମାମଲା ରୁଜୁ ହେବାର ୧୦ ଘଣ୍ଟା ଭିତରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ପାରିଛି ।

Get real time updates directly on you device, subscribe now.