fbpx

Video; ମାନିଲେନି ସରକାରଙ୍କ ନିୟମ, ପୋଲିସ ମାଡ଼ରେ ମହିଳା ହେଲେ ଗୁରୁତର

ନୟାଗଡ଼: ଅଭିଯୋଗକାରୀଙ୍କୁ ଦୁବ୍ୟବହାର କରିବା ଏବଂ କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ ପଦକ୍ଷେପ ନେଇଥିଲେ ନୟାଗଡ଼ ଏସ୍‌ପି ରାହୁଲ ଜୋନ୍ । ସଙ୍ଗେ ସଙ୍ଗେ ପହଞ୍ଚି ରାତାରାତି ୩ ପୋଲିସ କର୍ମଚାରୀଙ୍କୁ ନିଳମ୍ବିତ କରିଥିଲେ । ଏହା ପରେ ପୁଣି ପୋଲିସ କର୍ମଚାରୀ ମହିଳାଙ୍କୁ ମାଡ଼ ମାରିବା ଆଉ ଏକ ଘଟଣା ସାମ୍ନାକୁ ଆସିଛି । ନୂଆ ସରକାର ଆସିବା ପରେ ସବୁ ପୋଲିସ ବାବୁଙ୍କୁ କୁହାଯାଇଥିଲା କି ସମସ୍ତଙ୍କ ଅଭିଯୋଗକୁ ଗ୍ରହଣ କରିବେ । ଏହା ପରେ ତଦନ୍ତ ଜାରି କରାଇବାକୁ ।

ଆହୁରି ମଧ୍ୟ କହିଥିଲେ ନୂଆ ସରକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶେଷ କରି ପୋଲିସ ଅଧିକାରୀଙ୍କୁ ସମସ୍ତଙ୍କ ଅଭିଯୋଗକୁ ଗ୍ରହଣ କରିବା ସହ ଭଲ ବ୍ୟବହାର ଦେଖାଇବାକୁ । କିନ୍ତୁ ଏଠି ପୁରା ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଥାନା ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଛି, ଏହା ସହ ବେଲୁଣ ଲାଗିଛି ଆଉ ସେହି ଫଟୋ ତଳେ ଜଣେ ମହିଳା ଶୋଇରହିଛନ୍ତି । ଏ ଦୃଶ୍ୟକୁ ଦେଖି ଆପଣ ଭାବୁଥିବେ ତଳେ ଏଭଳି କାହିଁକି ଶୋଇରହିଛନ୍ତି ।

ଆମେ କହିରଖିବାକୁ ଚାହୁଁଛୁ ସରକାରଙ୍କ ନିୟମ ମାନିଲେନି ପଣିଆ ପୋଲିସ ଥାନା ଅଧିକାରୀ । ମହିଳାଙ୍କୁ ଭଲ ବ୍ୟବହାର ଦେଖାଇବା ବଦଳରେ ମାଡ଼ ମାରି ମହିଳାଙ୍କ ଅବସ୍ଥା ଏଭଳି କରିପକାଇଛନ୍ତି । ଯାହା ଫଳରେ ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି । ବିଜୟ ନଗର ମଳିକ ସାହିର ଜଣେ ମହିଳାଙ୍କୁ ମାଡ଼ ମାରି ଚର୍ଚ୍ଚାରେ ଗଣିଆ ଥାନା । ମହିଳାଙ୍କ ଅଭିଯୋଗ ଆଧାରରେ ଆଜି ଗଣିଆ ବ୍ଲକ ଅନ୍ତର୍ଗତ ବିଜୟନଗର ଗାଁର ରେଣୁବାଳା ମଳିକ ସ୍ୱାମୀ ଟିକିନା ମଳିକଙ୍କୁ ଗଣିଆ ପୋଲିସ ଏକ ଗଣ୍ଡଗୋଳ ଅଭିଯୋଗରେ ଆଣିବାକୁ ଯିବାବେଳେ ଟିକିନା ମଳିକ ଖସି ପଳାଇଥିଲେ ।

ସେହି ଆଧାରରେ ତାଙ୍କ ସ୍ତ୍ରୀ ରେଣୁବାଳା ମଳିକଙ୍କୁ ଡକାଇ ଆଣି ପଚରା ଉଚୁରା କରିବା ସହିତ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ସମ୍ପୂକ୍ତ ମହିଳା । ଏହା ସହ ଲୋକ ମାନେ ଆସି ଗଣିଆ ଥାନା ସମ୍ମୁଖ୍ୟରେ ହୋ ହଲା କରି ମହିଳାଙ୍କୁ କିପରି ନ୍ୟାୟ ପାଇଁ ବାହାରି ଆସିଛନ୍ତି । ତାହାର ଦୃଶ୍ୟ ଆପଣମାନେ ଦେଖିପାରୁଥିବେ । କିଛି ଦିନ ପୂର୍ବରୁ ନୟାଗଡ଼ି ଜିଲ୍ଲା ସଦର ଥାନାର ତିନି ଜଣ ପୋଲିସ ଅଧିକାରୀ ଅଭିଯୋଗକାରୀ ଦୁବ୍ୟବହାର କରିବା ସହ କାର୍ଯ୍ୟରେ ଅବହେଲା କରିଥିବାରୁ ନୟାଗଡ଼ ଏସ୍‌ପି ରାହୁଲ ଜେନ୍ ୩ ପୋଲିସ ଅଧିକାରୀଙ୍‌କୁ ନମ୍ବିତ କରିଥିଲେ । ତେବେ ଦେଖିବାକୁ ବାକି ରହିଛି ଗଣିଆ ଥାନା ଉପରେ କେବେ ପଡୁଛି ନଜର କଣ ନେବେ ନିଷ୍ପତି ।

Get real time updates directly on you device, subscribe now.