Video: Gay Sex ପାଇଁ ମାରିଥିଲା ସ୍ତ୍ରୀ’କୁ, ସୁନ୍ଦରଗଡ଼ ଗର୍ଭବତୀ ମହିଳାଙ୍କ ହତ୍ୟାର ସାଂଘାତିକ ସତ
ସୁନ୍ଦରୀ ସ୍ତ୍ରୀ ନୁହେଁ, ଗଜା ଟୋକା ମନକୁ ପାଇଲା। ଗୁଳିକରି ମାରିଦେଲା ଗର୍ଭବତୀ ସ୍ତ୍ରୀକୁ।
ସୁନ୍ଦରଗଡ଼: ସୁନ୍ଦରଗଡ଼ ଗର୍ଭବତୀ ମହିଳାଙ୍କ ହତ୍ୟା ଘଟଣାରେ ଆସିଲା ନୂଆ ମୋଡ଼ । ପ୍ରେମିକା ପାଇଁ ସ୍ତ୍ରୀକୁ ସ୍ୱାମୀ ମାରିଥିଲା ବୋଲି ଚାଲିଥିଲା ଚର୍ଚ୍ଚା । କିନ୍ତୁ ଏବେ ଏହି ହତ୍ୟା କାଣ୍ଡରେ ଯେଉଁ କଥା ସାମ୍ନାକୁ ଆସିଛି ସେ ବିଷୟରେ ଶୁଣିଲେ ଆପର ମୁଣ୍ଡରେ ହାତ ଦେବେ ।
ଜରା ପହିଲା ସତ ପ୍ରେମିକା ନୁହେଁ ବରଂ ସମଲିଙ୍ଗୀ ପ୍ରେମିକ ପାଇଁ ଏଭଳି ଅମାନବୀୟ ହତ୍ୟାକାଣ୍ଡ ଘଟାଇଥିଲା ସ୍ୱାମୀ ପ୍ରମାଣ ନଷ୍ଟ କରିବାକୁ ଭାତ ହାଣ୍ଡିରେ ଲୁଚାଇଥିଲା ବନ୍ଧୁକ। ପ୍ରେମିକା ନୁହେଁ ବରଂ ପ୍ରେମିକ ପ୍ରେମରେ ଭିଜୁଥିଲେ ବାବାୁ। ରାତି ରାତି କଟି ଯାଉଥିଲା ଦୁହିଁଙ୍କର ରୋମାନ୍ସରେ।
ସ୍ତ୍ରୀ ସାଜିଲା କଣ୍ଟା: ଗତ ୧୩ ତାରିଖରେ ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ସ୍ୱାମୀ ଦେବେନ ବେହେରା ଗୁଳି କରି ହତ୍ୟା କରିଥିଲା । ଦେବେନଙ୍କ ସମଲିଙ୍ଗୀ ସମ୍ପର୍କରେ କଣ୍ଟା ସାଜିଥିଲା ସ୍ତ୍ରୀ। ପ୍ରେମିକକୁ ପାଇବାକୁ ଯାଇ ରାସ୍ତାରୁ ସ୍ତ୍ରୀକୁ ହଟାଇ ଦେଲା ସ୍ୱାମୀ।
ଏ ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ୱାମୀ ସହ ଆଉ ଜଣଙ୍କୁ ଗିରଫ କରିଛି ପୋଲିସ । ପୋଲିସ ଚାରିଦିନ ପାଇଁ ରିମାଣ୍ଡରେ ସ୍ୱାମୀ ଦେବେନ ବେହେରା ଓ ଭିଣେଇ ସତ୍ୟନାରାୟଣ ବେହେରାଙ୍କୁ ଆଣିବା ପରେ କିଛି ତଥ୍ୟ ପାଇଛି । ତଦନ୍ତ ଜାରି ରହିଥିବାରୁ ପୋଲିସ କ୍ୟାମେରା ସାମ୍ନାରେ ମୁହଁ ଖୋଲି ନାହିଁ ।
ମରଦର ଝିଅ ସ୍ୱର: କିନ୍ତୁ ବିଶେଷ ସୂତ୍ରରୁ ଖବର ମିଳିଛି କି ସମଲିଙ୍ଗୀ ପ୍ରେମିକ ଝିଅ ସ୍ୱରରେ କଥା ହୋଇ ଦୀର୍ଘ ୧୦ ବର୍ଷ ହେବ ଦେବେନଙ୍କ ସହ ପ୍ରେମ ସମ୍ପର୍କରେ ଥିଲା । ହେଲେ କିଛି ବର୍ଷ ହବ ଦେବେନ ଜାଣିପାରିଲା ଯେ ସେ ଝିଅ ନୁହେଁ ଜଣେ ପୁରୁଷ । କିନ୍ତୁ ତାଙ୍କ ଭିତରେ ଗଭୀର ପ୍ରେମ ସର୍ମ୍ପକ ସୃଷ୍ଟି ହୋଇଥିଲା ।
ସେହି ପୁରୁଷ ଜଣଙ୍କ ଲହୁଣୀପଡା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ପେସାରେ ସେ ଜଣେ ଶିକ୍ଷକ ବୋଲି କୁହାଯାଉଛି । ସେହି ବ୍ୟକ୍ତିଙ୍କ ସହିତ ସବୁବେଳେ ଫୋନ ଯୋଗେ କଥା ବାର୍ତ୍ତା କରୁଥିଲା ଦେବେନ୍ ।
ତେବେ ହତ୍ୟା ପୂର୍ବରୁ ସମଲିଙ୍ଗୀ ପ୍ରେମିକ ଜଣକ ଦେବେନକୁ କହିଥିଲା କି ତୋ ସ୍ତ୍ରୀକୁ ଜୀବନରୁ ମାରିଦେ ନହେଲେ ମୁଁ ନିଜ ଜୀବ ହାରି ଦେବି ।
ସମଲିଙ୍ଗୀ ପ୍ରେମିକର କଥାରେ ପଡ଼ି କୁଆଡ଼େ ନିଜ ସ୍ତ୍ରୀକୁ ଗୁଳି କରି ହତ୍ୟା କରିଥିଲା ସ୍ୱାମୀ ଦେବେନ୍ । ଏନେଇ ବଣାଇ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।