Breaking: ଜାଳ ପାଇଁ ଚାଲିଗଲା ପ୍ରାଣ, ସାନ ଯାଆ ମାଡ଼ରେ ବଡ଼ ଯାଆ ମୃତ

ଦେବଗଡ଼: ଜାଳ ପାଇଁ ବଡ଼ ଯାଆକୁ ମାରିଦେଲା ସାନ ଯାଆ । ଦେବଗଡ଼ ଥାନା ନୀଳବେର୍ଣ୍ଣି ସାହିରେ ଘଟିଛି ଏହି ଅଭାବନୀୟ ଅଘଟଣ ।

ଜାଳ ପାଇଁ ଦୁଇ ଯାଆଙ୍କ ଭିତରେ ଯୁକ୍ତଭକ୍ତ ହେବା ପରେ ଦୁହେଁ ପିଟାପିଟି ହୋଇଥିଲେ । ଯାହାପରେ ସାନଯାଆର ମାଡ଼ରେ ବଡ଼ ଯାଆର ଜୀବନ ଚାଲିଯାଇଛି ।

ଘଟଣାର ସୂଚନା ପାଇ ଘଟଣାସ୍ଥଳରେ ପୋଳିସ ପହଞ୍ଚି ଛାନଭିନ୍ ଚଳାଇଛି । ଅଭିଯୁକ୍ତ ସାନ ଯାଆଙ୍କୁ ପୋଲିସ ଅଟକ ରଖିଛି । ଅଘଟଣ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।