fbpx

ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ; ମିଳିଲା ୧ଲକ୍ଷ ଟଙ୍କା

ଓଡ଼ିଶା ଭାସ୍କର: ଓଊ ବ୍ଲାଷ୍ଟରେ ମହିଳା ମାଓବାଦୀ ମିଳିଲା ୧ ଲକ୍ଷ ଟଙ୍କା। ଆଇଡି ବ୍ଲାଷ୍ଟରେ ବି ସାମିଲ ଥିଲେ ଏହି ମହିଳା ମାଓବାଦୀ । ଶେଷରେ ଆଜି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ମହିଳା ମାଓବାଦୀ । ହଁ ଆଜ୍ଞା ମାଲକାନଗିରି ଏସପିଙ୍କ ପାଖରେ ଆଜି ଜଣେ ଛତିଶଗଡ଼ ର ହାର୍ଡ଼କୋର ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସୂଚନା ମୁତାବକ ଆତ୍ମ ସମର୍ପଣ କରିଥିବା ମାଓନେତ୍ରୀ ଜଣକ ଛତିଶଗଡ ରାଜ୍ୟ ଦାନ୍ତେବାଡା ଜିଲ୍ଲାର ଉଙ୍ଗି ମାଡଭି ଓରଫ ରୋସନି । ସେ କାଙ୍ଗେରଘାଟି ଏରିଆ କମିଟି ଏକ୍ଟିଭ ମେମ୍ବର ଥିବା ବେଳେ ୨୦୧୬ ମସିହାରେ ମାଓ ସଂଗଠନରେ ଯୋଗଦେଇଥିଲେ । ନିକଟରେ ତାଙ୍କର ବଦଳି ହୋଇଥିଲା ଦରଭା ଡିଭିଜକୁ ।

ସେ ମାଲକାନଗିରି ଜିଲ୍ଲାର ମହୂପଦର ଅଞ୍ଚଳରେ ଭାଙ୍ଗି ପଡିଥିବା ମାଓ ସଂଘଠନକୁ ପୁଣି ଥରେ ସକ୍ରିୟ କରିବା ଲାଗି ପ୍ରୟାସ ଚଳାଇଥିବା ମାଲକାନଗିରି ପୋଲିସର ସଂପର୍କରେ ଆସିଥିଲେ । ପୁର୍ବରୁ ଛତିଶଗଡ ସରକାର ରୋସନିଙ୍କ ମୁଣ୍ଡ ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଆଉ ଏବେ ଓଡିଶା ସରକାର ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛନ୍ତି । ତେବେ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିବା ପରେ ସରକାରଙ୍କ ନିୟମ ଅନୁସାରେ ଆତ୍ମ ସମର୍ପଣ କରିଥିବା ମାଓନେତ୍ରୀଙ୍କୁ ଥଇଥାନ କରାଯିବା ସହ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମାଲକାନଗିରି ଏସପି କହିଛନ୍ତି ।

Get real time updates directly on you device, subscribe now.