ମଦ ନିଶାଠୁ ବଳିଗଲା ପ୍ରେମ ନିଶା… ସଂସାର ଛାଡ଼ି ନାବାଳକର ହାତ ଧରିଲେ ୩ ପିଲାର ମା’
କଲେଜ ଛାତ୍ରଙ୍କୁ ତୃତୀୟ ବିବାହ କଲେ ମହିଳା । ପ୍ରେମିକ ପାଇଁ ଘର ଛାଡ଼ିଦେଲେ ।
ଅମରୋହା: ଉତ୍ତର ପ୍ରଦେଶ ଅମରୋହାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ୩୦ ବର୍ଷୀୟା ମହିଳା ନାବାଳକର ପ୍ରେମରେ ପଡ଼ି ଘର ଛାଡ଼ି ଚାଲିଆସିଥିବା ସ୍ଥାନୀୟ ପୋଲିସ କହିଛି ।
ହାସନପୁର ସର୍କଲ ପୋଲିସ ଅଫିସରଙ୍କ ସୂଚନା ଅନୁସାରେ, ଶିବାନୀ ନାମକ ଜଣେ ମହିଳା +୨ ଛାତ୍ରଙ୍କୁ ବାହା ହୋଇଯାଇଛନ୍ତି । ଏହା ତାଙ୍କର ତୃତୀୟ ବିବାହ । ଶିବାନୀଙ୍କ ପ୍ରକୃତ ନାମ ସବନମ । ସେ ମୁସଲମାନରୁ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି ।
ଉତ୍ତର ପ୍ରଦେଶରେ ଧର୍ମ ପରିବର୍ତ୍ତନ ବିରୋଧରେ କଠୋର ଆଇନ ୨୦୨୧ରୁ ପାଳନ କରାଯାଉଛି । ଏହା ସତ୍ୱେ ଧର୍ମ ପରିବର୍ତ୍ତନ ପରି ଘଟଣା ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳୁଛି । ଶିବାନୀଙ୍କର ୩ ପିଲାପିଲି ଥିବା କୁହାଯାଉଛି ।
ଶିବାନୀଙ୍କ ବାହାଘରକୁ ନେଇ ଥାନାରେ କୌଣସି ପ୍ରକାର ଅଭିଯୋଗ ବର୍ତ୍ତମାନ ସୁଦ୍ଧା ହୋଇ ନ ଥିବା ଅଧିକାରୀ କହିଛନ୍ତି । ଶିବାନୀ ପ୍ରଥମେ ମିରଟର ଜଣେ ଲୋକଙ୍କୁ ବିବାହ କରିଥିଲେ । କିଛି ବର୍ଷ ପରେ ସେମାନଙ୍କର ଡିଭୋର୍ସ ହୋଇଯାଇଥିଲା
ଏହାପରେ ଶିବାନୀ ତଫିକ୍ ନାମକ ଜଣେ ଯୁବକଙ୍କ ହାତ ଧରିଥିଲେ । ଯାହାଙ୍କ ଘର ସଇଦାନୱାଲି ଗ୍ରାମରେ ବୋଲିି ଜଣାପଡ଼ିଛି । ଏକ ସଡ଼କ ଦୁର୍ଘଟଣାରେ ତଫିକ୍ ଅକର୍ମଣ୍ୟ ହୋଇଗଲେ । ଏହାପରେ ଶିବାନୀ ତାଙ୍କୁ ଛାଡ଼ି ଚାଲିଗଲା ।
ବର୍ତ୍ତମାନ +୨ ପଢ଼ୁଥିବା ନାବାଳକୁ ଶିବାନୀ ବାହା ହୋଇଛନ୍ତି । ଧର୍ମ ପରିବର୍ତ୍ତନ ପରେ ସ୍ଥାନୀୟ ମନ୍ଦିରରେ ଦୁହିଁଙ୍କ ବାହାଘର ହୋଇଥିବା ଜଣାପଡ଼ିଛି । ୩ ସପ୍ତାହ ପୂର୍ବେ ଶିବାନୀ ତଫିକଙ୍କୁ ଡିଭୋର୍ସ ଦେବା ନେଇ କୋର୍ଟରେ ଆବେଦନ କରିଛନ୍ତି ।
ନାବାଳକଙ୍କ ଏ ପ୍ରକାର ନିଷ୍ପତ୍ତିରେ ତାଙ୍କ ଘରଲୋକେ ସହମତି ପ୍ରକାଶ କରିଛନ୍ତି । ନାବାଳକଙ୍କ ବାପା କହିଛନ୍ତି, ଯଦି ଦୁହେଁ ପରସ୍ପର ସହିତ ଖୁସି ତେବେ ଆମର କୌଣସି ଆପତ୍ତି ନାହିଁ ।