fbpx

ଘୋର କଳିଯୁଗ: ରାଜଧାନୀରେ ପୁଅ ସହ ମିଶି ସ୍ୱାମୀର ହତ୍ୟା କଲା ସ୍ତ୍ରୀ

ନୂଆଦିଲ୍ଲୀ: ଦିନକୁ ଦିନ ଅପରାଧର ମାତ୍ରା ବଢିବାରେ ଲାଗିଛି । ସାମାନ୍ୟ ଘରୋଇ କଳିରୁ ପରିବାର ଲୋକ ନିଜ ଆତ୍ମୀୟମାନଙ୍କୁ ହତ୍ୟା କରୁଛନ୍ତିି । ତେବେ ପୁଅ ସହ ମିଶି ଜଣେ ସ୍ତ୍ରୀ ନିଜ ସ୍ୱାମୀର ହତ୍ୟା କରିଥିବା ଭଳି ଘଟଣା ରାଜଧାନୀ ଦିଲ୍ଲୀରୁ ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ଦିଲ୍ଲୀର ଜ୍ୱାଲାପୁରୀ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ କାଣ୍ଡ । ଜୋତା ସିଲେଇ କରୁଥିବା ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ ନିଜ ପୁଅ ସହ ମିଶି କଇଁଚି ଦ୍ୱାରା ସ୍ୱାମୀଙ୍କର ହତ୍ୟା କରିଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇଥିବାବେଳେ ପୁଅ ନାବାଳକ ହୋଇଥିବାରୁ ତାକୁ ପୋଲିସ ହେପାଜତରେ ରଖାଯାଇଛି ।

ପୋଲିସ ଦେଇଥିବା ସୂଚନାନୁସାରେ, ମୃତକଙ୍କ ସ୍ତ୍ରୀ ଘରୋଇ କଳିରୁ ବିରକ୍ତ ହୋଇ ଏପରି କରିଛନ୍ତି । ମୃତକଙ୍କ କାମରେ ଅସନ୍ତୁଷ୍ଟ ଥିଲେ ସ୍ତ୍ରୀ । ତେବେ ଜୁନ ୭ରେ ଦମ୍ପତ୍ତିଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା ଏବଂ ଉତକ୍ଷିପ୍ତ ସ୍ତ୍ରୀ ନିଜ ପୁଅ ସହ ଏକ ଧାରୁଆ କଇଁଚିରେ ଆକ୍ରମଣ କରିଥିଲେ ସ୍ୱାମୀଙ୍କୁ ।

ସୂଚନାଯୋଗ୍ୟ, ମୃତ ବ୍ୟକ୍ତିଙ୍କ ଶବକୁ ପୋଲିସ ଜ୍ୱାଲାପୁରୀର ଏକ ରୁମରୁ ଉଦ୍ଧାର କରିଥିଲା । ଡିସିପି ସମୀର ଶର୍ମାଙ୍କ ସୂଚନାନୁସାରେ, ମୃତଦେହ ନିକଟରେ ରକ୍ତ ପଡ଼ିଥିବା ସହ ଛାତି ଏବଂ ଶରୀରର ଅନ୍ୟ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଥିଲା ।

Get real time updates directly on you device, subscribe now.