fbpx
BJD SKY
BJD SKY

ରିଲେସନସିପ୍ ଏଣ୍ଡ କହିବାରୁ ହୋଇଗଲା ଲାଇଫ୍ ଏଣ୍ଡ: ପରକୀୟା ପ୍ରୀତି ନେଲା ମହିଳାଙ୍କ ଜୀବନ

BJD

ନୂଆଦିଲ୍ଲୀ: ଦିନକୁ ଆମ ସମାଜରେ ପ୍ରେମଜନିତ ହତ୍ୟାକାଣ୍ଡ ବଢ଼ିବାରେ ଲାଗିଛି । ଏପରି ଏକ ପରକୀୟା ପ୍ରୀତି ପାଇଁ ପ୍ରେମିକାଙ୍କୁ ଜଣେ ପ୍ରେମିକ ଛୁରାମାଡ଼ କରି ହତ୍ୟା କରିଛନ୍ତି । ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଦୁହିଁଙ୍କ ମଧ୍ୟରେ ଗତ ୨ ବର୍ଷ ଧରି ପ୍ରେମ ସମ୍ପର୍କ ଚାଲିଆସିଥିଲା । ତେବେ ନିକଟରେ ସେମାନଙ୍କର ରିଲେସନସିପକୁ ଖତମ କରିବାକୁ ପ୍ରେମିକା କହିଥିଲେ ।

ମାତ୍ର ପ୍ରେମିକାଙ୍କ ଏହି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରିନଥିଲେ ତାଙ୍କର ପ୍ରେମିକ । ତେଣୁ ସେ ପ୍ରେମ କ୍ରୋଧାଗ୍ନିରେ ଅନ୍ଧ ହୋଇ ତାଙ୍କର ବିବାହିତା ପ୍ରେମିକାଙ୍କୁ ୧୬ ଥର ଛୁରାମାଡ଼ କରିଥିଲେ । ତେବେ ମହିଳାଙ୍କୁ ଯୁବକ ଜଣଙ୍କ ଛୁରୀରେ ଆକ୍ରମଣ କରୁଥିବା ସମୟରେ ଚୁପଚାପ ବସି ଦେଖୁଥିଲା ମହିଳାଙ୍କର ଏକ ଛୋଟ ଛୁଆ । ଭୟରେ ଛୁଆଟି ନିଜକୁ ଆଲମାରୀ ଭିତରେ ବନ୍ଦ କରିଦେଇଥିଲା ।

ଜଣାପଡ଼ିଛି ଯେ, ମଧ୍ୟପ୍ରଦେଶର ବୈତୁଲର ସାରଣୀ ଅଞ୍ଚଳରେ ଦିନ ଦ୍ୱିପ୍ରହର ସମୟରେ ଏହି ଘଟଣା ଘଟିଥିଲା । ମୃତ ମହିଳାଙ୍କ ଗଳା ସହ ଅନ୍ୟ ସ୍ଥାରେ ୧୬ଟି ଛୁରୀ ଦାଗ୍ ରହିଛି । ଗମ୍ଭୀର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୬ ମାସ ପୂର୍ବରୁ ଯୁବକ ଜଣଙ୍କ ମହିଳାଙ୍କ ମୁଣ୍ଡକୁ ଆଘାତ କରିଥିଲେ ଓ ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ତେବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ମହିଳା ଜଣଙ୍କ ନିଜ ବାସସ୍ଥାନ ପରିବର୍ତ୍ତନ କରି ଅନ୍ୟସ୍ଥାନକୁ ଚାଲିଯାଇଥିଲେ । ମାତ୍ର ପ୍ରେମିକ ଜଣଙ୍କ ପୁଣି ମହିଳାଙ୍କ ଘରେ ପହଞ୍ଚି ଏପରି କାଣ୍ଡ ଭିଆଇଥିଲେ । ଗତ ୨ ବର୍ଷ ଧରି ଅଭିଯୁକ୍ତ ଯୁବକ ତାଙ୍କ ପତ୍ନୀଙ୍କୁ ହଇରାଣ କରୁଥିଲା ବୋଲି କହିଛନ୍ତି ମୃତ ମହିଳାଙ୍କ ସ୍ୱାମୀ ।

Get real time updates directly on you device, subscribe now.