fbpx

ରିଲିଜ ହେଲା “ଜନହିତ୍ ମେ ଜାରି’ ଫିଲ୍ମର ଟ୍ରେଲର, ସମାଜର ଚିନ୍ତାଧାରାକୁ ବଦଳାଇବାକୁ ବାହାରିଲେ ବଲିଉଡ୍ ଅଭିନେତ୍ରୀ

ମୁମ୍ବାଇ: କଣ୍ଡୋମ ବିକ୍ରି କରିବେ ବଲିଉଡ୍ ଅଭିନେତ୍ରୀ ନୁସରତ ଭାରୁଚା । ଆଜ୍ଞା ହଁ ଏଭଳି ଏକ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି ବଲିଉଡ୍ ଅଭିନେତ୍ରୀ ନୁସରତ ଭାରୁଚା । ପୁଣି ଥରେ ଏକ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖିବାକୁ “ଜନହିତ୍ ମେ ଜାରି’ ନାମକ ଫିଲ୍ମରେ ସିନେମା ଘରକୁ ଆସୁଛନ୍ତି ନୁସରତ । ସମାଜର ଚର୍ଚ୍ଚିତ ବିଷୟ ଉପରେ ପ୍ରସ୍ତୁତ ଏହି ଫିଲ୍ମ । ଯାହାର ଧମାକାଦାର ଟ୍ରେଲର ଏବେ ରିଲିଜ ହୋଇଛି । ୧୦ ଜୁନ୍ ରେ ଏହି ଫିଲ୍ମଟି ରିଲିଜ ହେବ ।

“ଜନହିତ୍ ମେ ଜାରି’ ଫିଲ୍ମରେ ନୁସରତ ତାଙ୍କ ଚରିତ୍ରରେ କଣ୍ଡୋମ ବିକ୍ରି କରୁଛନ୍ତି । ତେବେ ସେ ଏହି କାମ ପରିସ୍ଥିତିରେ ପଡ଼ି ଆରମ୍ଭ କରିଛନ୍ତି । ଏହା ପରେ ତାଙ୍କୁ ଏହି କାମ ପାଇଁ ଲାଞ୍ଛନା ଶୁଣିବାକୁ ପଡ଼ୁଛି । ଏହା ପରେ ସେ ନିଷ୍ପତି କରୁଛନ୍ତି ଯେ, ଲୋକଙ୍କର ଏହି ଚିନ୍ତାଧାରାକୁ ସେ ବଦଳାଇ ରହିବେ । ତେବେ ତାଙ୍କର ଏହି ଚାକିରିକୁ ତାଙ୍କ ପରିବାର ଲୋକେ ଏବଂ ସମାଜ ପ୍ରବଳ ବିରୋଧ କରନ୍ତି । ମାର୍କେଟରେ ଜଣେ ଝିଅ କଣ୍ଡୋମ ବିକ୍ରି କରିବା କାହାକୁ ପସନ୍ଦ ଆସୁନାହିଁ । ଏହିଭଳି କିଛି କାହାଣିକୁ ନେଇ ଫିଲ୍ମର କାହାଣି ଗତିଶିଳ ହୋଇଛି ।

ଏହିଫିଲ୍ମରେ ନୁସରତଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ପାଇବେ ଦର୍ଶକେ । ତେବେ ଏହି ଫିଲ୍ମର ପୋଷ୍ଟର ପୁର୍ବରୁ ଲିକ୍ ହୋଇସାରିଛି । ଯାହାକୁ ନେଇ ଲୋକେ ସୋସିଆଲ ମିଡିଆରେ ନୁସରତଙ୍କୁ ଟ୍ରୋଲ୍ କରିଥିଲେ । ଏହର ଉତ୍ତରରେ ନୁସରତ କହିଥିଲେ ଯେ ଲୋକଙ୍କର ଏହି ଚିନ୍ତାଧାରାକୁ ବଦଳାଇବା ଲାଗି ଏହି ଫିଲ୍ମରେ ସେ କାମ କରିଛନ୍ତି ।

 

Get real time updates directly on you device, subscribe now.