fbpx

(Video) ନାରୀ ସାଜିଲା ଦୁର୍ଗା! ୧୫ଟି ବୁଲା କୁକୁର ଆକ୍ରମଣରୁ ନିଜ ଜୀବନ ବଞ୍ଚାଇଲେ ସାହସୀ ମହିଳା

Advertisement

ନୂଆଦିଲ୍ଲୀ: ଅନେକ ସମୟରେ ରାସ୍ତାଘାଟରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ । ଏପରିକି ରାତିରେ ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ବୁଲା କୁକୁରଙ୍କ ଅଚାନକ ଆକ୍ରମଣରେ କିଛି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଖବର ଶୁଣାଯାଇଛି । ତେବେ ଏହା ମଧ୍ୟରେ ଜଣେ ମହିଳାଙ୍କର ସାହସିକତାର ଖବର ସାମ୍ନାକୁ ଆସିଛି । ଜଣେ ମହିଳାଙ୍କୁ ଏକସଙ୍ଗେ ୧୫ଟି ବୁଲା କୁକୁର ଭୟଙ୍କର ଭାବେ ଆକ୍ରମଣ କରିଥିଲେ । ମାତ୍ର ମହିଳା ଜଣଙ୍କ ଏଥିରେ ଡରିନଯାଇ ସେମାନଙ୍କୁ ଘଉଡ଼ାଇବାକୁ ପ୍ରୟାସ କରିଥିଲେ ।

ଶେଷରେ ମହିଳାଙ୍କର ବିଜୟ ହୋଇଥିଲା । ୧୫ଟି ବୁଲା କୁକୁରଙ୍କ କବଳରୁ ସେ ନିଜକୁ ବଞ୍ଚାଇ ପାରିଥିଲେ । ଏହାପରେ କିଛି ଲୋକ ସେଠାକୁ ଆସିଯାଇଥିଲେ ଓ ସେମାନେ କୁକୁରଙ୍କୁ ଘଉଡ଼ାଇ ଦେଇଥିଲେ । ତେବେ ମହିଳା ଜଣଙ୍କ ଯେଉଁପରି ଭାବେ ଉପସ୍ଥିତି ବୁଦ୍ଧି ଖଟାଇ କୁକୁରଙ୍କ ସହ ଲଢ଼ିଲେ ତାହା ସମସ୍ତଙ୍କୁ ଚକିତ କରିଦେଇଛି । ହାଇଦ୍ରାବାଦରେ ଘଟିଥିବ ଏପରି ଏକ ଘଟଣା । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଆଜି ସକାଳ ପାଖାପାଖି ୬ଟା ସମୟରେ ମହିଳା ଜଣଙ୍କ ମର୍ଣ୍ଣିଂ ୱାକରେ ଯାଇଥିବା ସମୟରେ ଘଟିଥିଲା ଏପରି ଏକ ବଡ଼ ଅଘଟଣ । ମଣିକୋଣ୍ଡା ଅଞ୍ଚଳରେ ମହିଳା ଜଣଙ୍କ ତାଙ୍କ ଘରୁ ବାହାରକୁ ବାହାରିବା ସମୟରେ ଅଚାନକ ବୁଲା କୁକୁରମାନେ ତାଙ୍କୁ ଘେରିଯାଇ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲେ । ଏପରିକି କିଛି କୁକୁର ତାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲେ । ମାତ୍ର ମହିଳା ଜଣଙ୍କ ଡରି ନଯାଇ ସାହସର ସହିତ ସେମାନଙ୍କର ମୁକାବିଲା କରିଥିଲେ । ତେବେ କୁକୁରଙ୍କ ଆକ୍ରମଣରୁ ମହିଳା ଜଣଙ୍କ ନିଜର ଜୀବନ ବଞ୍ଚାଇ ପାରିଥିଲେ ହେଁ ଏବେ ସେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.