fbpx

(Video) ଅମାନିଆ ଗ୍ରାହକଙ୍କୁ ପାନେ ଶିଖାଇଲେ ମହିଳା ଦୋକାନୀ; କଫି ଫିଙ୍ଗିବାରୁ ହାତୁଡ଼ିରେ ଦେଲେ ପାହାରେ…

Advertisement

ଓଡ଼ିଶା ଭାସ୍କର: ଇଣ୍ଟରନେଟ୍ ରେ ଦିନକୁ ଦିନ ବିଭିନ୍ନ ପ୍ରକାରର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। କେତେବେଳେ ଏହା ବ୍ୟଙ୍ଗାତ୍ମକ ତ କେତେବେଳେ ଭାବବିହ୍ୱଳ କରିଦେବା ଭଳି ଭିଡିଓ, ହେଲେ ଏହି ଭିଡିଓ କିନ୍ତୁ ଟିକିଏ ଭିନ୍ନ। ସମସ୍ତଙ୍କୁ ସ୍ତବ୍ଦ କରିଦେବା ଭଳି। ଏହା ସମାଜକୁ ଏକ ଶିକ୍ଷା ଭଳି, ଭିଡିଓରେ ଜଣେ ଯୁବକ ଏକ କାରରୁ ବାହାରି ଗୋଟିଏ ଦୋକାନରୁ କିଛି ପାନୀୟ ସାମଗ୍ରୀ ଯେପରିକି ପାଣି ଏବଂ କଫି। ଏସବୁକୁ ଧରି ଗାଡ଼ି ନିକଟକୁ ଆସିବା ଭିତରେ ସେ କୌଣସି କଥାକୁ ନେଇ ଏତେ ଉତ୍ୟକ୍ତ ହେଉ ଯାଉଛନ୍ତି, ସେ ସିଧା ସଳଖ ଦୋକାନ ଉପରକୁ ଛାଟି ପକାଉଛନ୍ତି।

ସୂଚନା ଅନୁସାରେ ‘ଆ ସ୍ୱାଦ ଅଫ୍ ହେଭେନ୍ ଏସ୍ପ୍ରେସୋ’ରେ ଖାଦ୍ୟ ଦରକୁ ନେଇ ଏହି ଘଟଣା ଘଟିଛି। ୩୨ ଆଉନ୍ସ କଫି ଓ ୨୪ ଆଉନ୍ସ ପାଣି ପାଇଁ ୨୨ଡଲାରକୁ ନେଇ ଅସନ୍ତୁଷ୍ଟ ହୋଇ ଗ୍ରାହକ ୫ଡଲାର ଫେରସ୍ତ ମାଗିଥିଲେ। ମାଲିକ ୨୩ବର୍ଷୀୟା ଏମା ଲି ମନା କରିବାରୁ ଗ୍ରାହକ ତାଙ୍କୁ ୫ଡଲାର ବଦଳରେ ଫେରାଇ ଦେଇଥିଲେ।

ଏହାପରେ ସେ କଫି ଧରି ତାଙ୍କ ଉପରକୁ କଫି ଫିଙ୍ଗି ଦେବେ ବୋଲି ଧମକ ଦେଇଥିଲେ। ସେ କଫି ଫେରାଇବାକୁ ଅନୁରୋଧ କରିଥିଲେ ଏବଂ ଟଙ୍କା ରଖିପାରିବେ ବୋଲି କହିଥିଲେ କିନ୍ତୁ ସେ ଫେରାଇବା ପରେ ବି କଫି-ପାଣିକୁ ମହିଳାଙ୍କ ଉପରକୁ ଫିଙ୍ଗି ଥିଲେ ଉଧତ ଯୁବକ। ଏହାର ଜବାବରେ ଲି ଗ୍ରାହକଙ୍କ ଗାଡ଼ି କାଚକୁ ହାତୁଡ଼ିରେ ଭାଙ୍ଗି ଦେଇଥିଲେ।

ସେହିଠାରେ ତାଙ୍କ ଗାଡ଼ିର କାଚ ଭାଙ୍ଗି ଯାଉଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ଦୁନିଆର ସବୁଠୁ ଲୋକପ୍ରିୟ ସୋସିଆଲ ମିଡିଆ ଏକ୍ସରେ @NoCapFights ନାମକ ଏକ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି । ତେବେ ଏହି ଭିଡିଓକୁ ଏବେଯାଏଁ ୨୭ ମିଲିଅନରୁ ଅଧିକ ଲୋକ ଦେଖିସାରିଲେଣି । ଏକ ଦେଢ଼ ଲକ୍ଷ୍ୟରୁ ଅଧିକ ଲୋକ ଲାଇକ କରିଛନ୍ତି । ପାଖା ପାଖି ନଅ ହଜାର ଲୋକ ରିଟ୍ୱିଟ୍ କରିଛନ୍ତି ।

Get real time updates directly on you device, subscribe now.