fbpx

(Video) ବିଚ୍ ରାସ୍ତାରେ ରିକ୍ସା ଡ୍ରାଇଭରଙ୍କୁ ଚପଲରେ ସେକିଲେ ମହିଳା: ଭିଡିଓ ଭାଇରାଲ୍…

ନୂଆଦିଲ୍ଲୀ: ବିଚ୍ ରାସ୍ତାରେ ରିକ୍ସା ଡ୍ରାଇଭରଙ୍କୁ ଚପଲରେ ସେକିଲେ ମହିଳା । ଅସଦାଚାରଣ କରୁଥିବା ଅଭିଯୋଗରେ ଜଣେ ମହିଳା ଜଣେ ଅଟୋରିକ୍ସା ଡ୍ରାଇଭରଙ୍କୁ ଚପଲରେ ପିଟିଲେ । ତାହାବି ପୁଣି ସର୍ବସମ୍ମୁଖରେ ବିଚ୍ ରାସ୍ତାରେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅନେକ ସମୟରେ ଯୁବତୀଙ୍କୁ ଅସଦାଚରଣ କରି ମାଡ଼ ଖାଇଥିବାର ଘଟଣା ସାମ୍ନାକୁ ଆସିଛି । ଏବେ ପୁଣି ଥରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ କାନପୁର ସହରରୁ । ଘଟଣା ବଜାରିଆ ପୋଲିସ ଅଧୀନ ରାମବାଗ ଅଞ୍ଚଳର । ଭିଡିଓରେ ଦେଖାଯାଉଛି ଯେ ଅସଦାଚରଣ ଅଭିଯୋଗ କରି ମହିଳା ଜଣକ ଡ୍ରାଇଭରଙ୍କୁ ଲଗାତାର ଭାବରେ ଚପଲରେ ପିଟୁଛନ୍ତି । ଆଉ ଏହାକୁ ଦେଖି ସେଠାରେ ଥିବା ଲୋକମାନେ ମଧ୍ୟ ଏକାଠି ହୋଇଯାଉଛନ୍ତି । ଜଣେ ବ୍ୟକ୍ତି ଉଭୟଙ୍କୁ ରୋକିବାର ମଧ୍ୟ ଦେଖାଯାଉଛି । ତେବେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.