fbpx

ଧୂମପାନ ଅଭ୍ୟାସ ଯୋଗୁଁ ମହିଳାଙ୍କୁ ହେଲା ବିରଳ ରୋଗ: ହାତର ଏପରି ଅବସ୍ଥା ଯେ…

କେପଟାଉନ: ଅନେକ ଲୋକଙ୍କୁ ସିଗାରେଟ ଟାଣିବାର ସଉକ ରହିଛି । ଧିରେ ଧିରେ ଏହି ସଉକ ଅଭ୍ୟାସରେ ପରିଣତ ହୋଇଯାଏ, ତାହା ଜଣା ବି ପଡେନାହିଁ । ଯଦି ସିଗାରେଟର ସଉକ ଅଛି, ତେବେ ଏହି ଅଭ୍ୟାସ ସ୍ୱାସ୍ଥ୍ୟ ଅତ୍ୟନ୍ତ କ୍ଷତିକାରକ । ଏପରି ଏକ ମାମଲାରେ ସିଗାରେଟ ଟାଣିବାର ଅଭ୍ୟାସ ଥିବା ମହିଳାଙ୍କୁ ଏହା ମହଙ୍ଗା ପଡିଛି । ଏବେ ମହିଳାଙ୍କ ଆଙ୍ଗୁଠିର ରଙ୍ଗ କଳା ପଡିଯାଇଛି । କେଳବ ଏତିକି ନୁହେଁ, ତାଙ୍କ ଆଙ୍ଗୁଠିବି ଖରାପ ହୋଇଯାଇଛି ।

ରିପୋର୍ଟ ଅନୁସାରେ, ଏହି ମହିଳାଙ୍କ ନାଁ ମେଲିଣ୍ଡା ଜନସେନ ଭାନ୍ ଭୁରେନ ଓ ବୟସ ୪୮ ବର୍ଷ । ସେ ସାଉଥ ଆଫ୍ରିକାର ବାସିନ୍ଦା ହୋଇଥିବା ବେଳେ ମାତ୍ର ୧୩ ବର୍ଷ ବୟସରୁ ସେ ଧୂମପାନ କରୁଛନ୍ତି । ଧୂମପାନର ଏତେ ଅଭ୍ୟାସ ହୋଇଛି ଯେ, ସେ ଦିନକୁ ୧୫ ସିଗାରେଟ୍ ଟାଣୁଛନ୍ତି ।

ସେ କହିଛନ୍ତି ଯେ, ‘ପ୍ରଥମେ ପ୍ରଥମେ କିଛି ସମସ୍ୟା ହୋଇନଥିଲା । କିନ୍ତୁ ୨୦୨୧ରେ ତାଙ୍କ ହାତରେ କିଛି ପରିବର୍ତ୍ତନ ଦେଖାଯିବା ଆରମ୍ଭ ହୋଇଥିଲା । ପ୍ରଥମେ ହାତର ତାପମାତ୍ରା ବଦଳିବାରେ ଲାଗିଲା । ପରେ ଏହା ନରମ ହୋଇଗଲା । ଏହା ପରେ ଆଙ୍ଗୁଠିର ରଙ୍ଗ ପ୍ରଥମେ ବାଇଗଣୀ ହେଲା ଓ ଏବେ ତାହା କଳା ହୋଇଯାଇଛି । ମେଲିଣ୍ଡାଙ୍କ ଆଙ୍ଗୁଠି ତରଳିବାରେ ଲାଗିଛି ।

ସବୁଠାରୁ ଦୁଃଖର କଥା ହେଉଛି କି, ଏହି ରୋଗର କୌଣସି ଚିକିତ୍ସା ନାହିଁ । ଯେବେ ତାଙ୍କ ଆଙ୍ଗୁଠି କଳା ହୋଇଗଲା, ସେବେ ମେଲିଣ୍ଡା ଡାକ୍ତରଙ୍କ ପାଖକୁ ଯାଇଥିଲେ । ଯାଞ୍ଚ ପରେ ଏହା ଧୂମପାନ କରିବା କାରଣରୁ ହୋଇଥିବା ଡାକ୍ତର କହିଥିଲେ । ଏହି ରୋଗ ଅତି ବିରଳ, ଯେଉଁଥିରେ ଛୋଟ ଓ ମଧ୍ୟମ ରକ୍ତବାହୀଗୁଡ଼ିକ ରକ୍ତ ଜମାଟ ବାନ୍ଧିବା ଆରମ୍ଭ କରନ୍ତି ଓ ପରେ ଏହା ଫୁଲିଯାଏ ।

ଏହା ଜାଣିବା ପରେ ମେଲିଣ୍ଡା ଧୂମପାନ ଛାଡ଼ିଦେଇଛନ୍ତି । କିନ୍ତୁ ଧୂମପାନ ଛାଡ଼ିବା ପରେ ବି ତାଙ୍କ ଆଙ୍ଗୁଠିର ଅବସ୍ଥା ସୁଧୁରୁନି । ତାଙ୍କ ହାତର ୩ଟି ଆଙ୍ଗୁଠିର ଉପର ଭାଗ କଳା ପଡିଯାଇଛି । ସେ ନିଜ ହାତର ବ୍ୟବହାର କରିପାରୁନାହାନ୍ତି । ଖାଇବାଠାରୁ ଆରମ୍ଭ କରି ସଫା କରିବା, କେଶ କୁଣ୍ଡାଇବା, ଗାଧୋଇବା ଆଦି କାମ ସେ କରିପାରୁନାହାନ୍ତି । ଏହି ରୋଗର କୌଣସି ଚିକିତ୍ସା ନଥିବାରୁ ସାରା ଜୀବନ ତାଙ୍କୁ ଏହା ଭୋଗିବାକୁ ପଡିପାରେ ବୋଲି ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.