୧୧ ମାସର ଶିଶୁକୁ ତ୍ରିଶୂଳ ପୁରାଇ ମାରିଦେଲେ! ସାମାନ୍ୟ ଝଗଡା ପାଇଁ ଚାଲିଗଲା ଗୋଟିଏ ଜୀବନ
ଭାଇ ଭାଉଜଙ୍କ ଝଗଡ଼ାରେ ବଳି ପଡିଲା ୧୧ ମାସର ଶିଶୁ
ମହାରାଷ୍ଟ୍ର: କଥାରେ ଅଛି, କାହା ଝଗଡ଼ାରେ କେବେ ହସ୍ତକ୍ଷେପ କରିବ ନାହିଁ, ନଚେତ ନିଜେ ହିଁ ଫସିବ। ମହାରାଷ୍ଟ୍ରର ଅହମଦନଗରରୁ ସମାନ ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଭାଇ ଏବଂ ଭାଉଜଙ୍କ ଝଗଡା ମଧ୍ୟରେ ୧୧ ମାସର ନିର୍ଦ୍ଦୋଷ ଶିଶୁ ବଳି ପଡିଛି।
ବାସ୍ତବରେ, ଭାଇ ଭାଉଜ 2ଜଣ କୌଣସି କାରଣରୁ ଝଗଡା ଲାଗୁଥିଲେ। ତାଙ୍କୁ ବୁଝାଇବାକୁ ଯାଇ ଦିଅର ଏବଂ ତାଙ୍କ ସ୍ତ୍ରୀ ସେଠାରେ ପହଞ୍ଚିଲେ। ସ୍ୱାମୀ ସ୍ତ୍ରୀଙ୍କ ଝଗଡ଼ାରେ ଦିଅରଙ୍କ ହସ୍ତକ୍ଷେପ ଭାଉଜଙ୍କୁ ପସନ୍ଦ ଆସିଲାନି। ସେଥିପାଇଁ ଭାଉଜ ରାଗିଯାଇ ପାଖରେ ଥିବା ତ୍ରିଶୂଳରେ ଦିଅରଙ୍କ ଉପରକୁ ଆକ୍ରମଣ କଲେ।
ଏହି ଆକ୍ରମଣରେ ଦିଅର ତ ବଞ୍ଚିଗଲେ କିନ୍ତୁ ଦିଅରଙ୍କ ସ୍ତ୍ରୀଙ୍କ ହାତରେ ଥିବା ୧୧ ମାସର ନିର୍ଦ୍ଦୋଷ ଶିଶୁ ବଳି ପଡିଗଲା। ଶିଶୁର ଦେହରେ ତ୍ରିଶୂଳଟି ବାଜି ତାର ମୃତ୍ୟୁ ହୋଇଗଲା।
ଏହି ଘଟଣାଟି ପୁଣେରୁ ପ୍ରାୟ 70 କିଲୋମିଟର ଦୂରରେ ଅବସ୍ଥିତ ଆମ୍ବେଗାଓଁରେ ଘଟିଛି। ମୃତ ଶିଶୁର ନାମ ଅବଧୂତ ମେଙ୍ଗୱାଡେ ବୋଲି କୁହାଯାଉଥିବାବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଝଗଡ଼ାରେ ନିଷ୍ପାପ ଶିଶୁଟି ପ୍ରାଣ ହରାଇଛି।
ପୋଲିସ ଅନୁଯାୟୀ, ପଲ୍ଲବୀ ଏବଂ ସଚିନ ମେଙ୍ଗୱାଡାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ଏବଂ ପଚରାଉଚରା ପାଇଁ ମଧ୍ୟ ସଚିନଙ୍କୁ ହେପାଜତକୁ ନିଆଯାଇଛି।