fbpx

IAS ଅଧିକାରୀଙ୍କୁ ଚପଲରେ ପିଟିବାକୁ ଉଦ୍ୟତ ହେଲେ ମହିଳା, ଦେଖନ୍ତୁ VIDEO

ନୂଆଦିଲ୍ଲୀ: ଛତିଶଗଡ଼ର ମୁଙ୍ଗେଲି ଜିଲ୍ଲାରେ ଜଣେ ମହିଳା ଜଣେ ଆଇଏଏସ୍ ଅଫିସରଙ୍କୁ ଚପଲରେ ପିଟିବାକୁ ଉଦ୍ୟମ ହେବା ଘଟଣାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ଏଥିସହିତ ଜିଲ୍ଲା ପଞ୍ଚାୟତ ସଦସ୍ୟା ଭାବେ କାର୍ଯ୍ୟରତ ମହିଳା ଜଣଙ୍କ ଉକ୍ତ ଅଧିକାରୀଙ୍କ ବିରୋଧରେ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେହିପରି ଆଇଏଏସ ଅଧିକାରୀ ଜଣଙ୍କ ମଧ୍ୟ ମହିଳାଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି । ତେବେ ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଏନେଇ ପ୍ରଶାସନିକ ଅଧିକାରୀଙ୍କ ବୈଠକରେ କଡ଼ା ନିନ୍ଦା କରାଯିବା ସହ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ଜଣାପଡ଼ଛି ଯେ, ଆଇଏଏସ୍ ଅଧିକାରୀ ରୋହିତ ବ୍ୟାସ ଜିଲ୍ଲାର ପଞ୍ଚାୟତ ସିଇଓ ଥିବାବେଳେ ତାଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଚାୟତ ସଦସ୍ୟା ଲୈନା ନନକୁ ପହଞ୍ଚିଥିଲେ । ଏହି ସମୟରେ ଅଧିକାରୀ ଜଣଙ୍କ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହି ମହିଳାଙ୍କୁ ଅଣଦେଖା କରିଥିଲେ । ତେବେ ପରେ କୌଣସି କାରଣରୁ ଉତକ୍ଷିପ୍ତ ହୋଇ ମହିଳା ଜଣଙ୍କ ଚପଲି ଖୋଲି ଅଧିକାରୀଙ୍କୁ ପିଟିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଜଣେ ସୁରକ୍ଷା କର୍ମୀ ମହିଳାଙ୍କୁ ଅଟକାଉଥିବା ଭିଡିଓରେ ଦେଖାଯାଉଛି । ଏହାପରେ ଅଧିକାରୀ ଜଣଙ୍କ ପୋଲିସକୁ ଡକାଇଥିଲେ । ତେବେ ଅଧିକାରୀ ଜଣଙ୍କ ତାଙ୍କୁ ଜାତିଭିତ୍ତିକ ଟିପ୍ପଣୀ ଦେଇଥିବା ନେଇ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାର ଯାଞ୍ଚ ସରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.