Chanakya Niti: ବିଶ୍ୱାସରେ ଧୋକା ଦିଅନ୍ତି ଏଭଳି ମହିଳା, ଜାଣନ୍ତୁ କ’ଣ କୁହନ୍ତି ଆଚାର୍ଯ୍ୟ ଚାଣକ୍ୟ
ନାରୀର ସୁନ୍ଦରତା ଦେଖି ଫସିଯାଉଛନ୍ତି କି? ଜୀବନ ହୋଇଯିବ ବର୍ବାଦ
ଓଡ଼ିଶା ଭାସ୍କର: ମହାନ ଆଚାର୍ଯ୍ୟ ଚାଣକ୍ୟ ବିଶ୍ୱର ପ୍ରସିଦ୍ଧ ବିଦ୍ୱାନଙ୍କ ମଧ୍ୟରୁ ଜଣୋ ସାରା ବିଶ୍ୱରେ ତାଙ୍କ ନୀତି ବେଶ ଲୋକପ୍ରିୟତା ଅର୍ଜନ କରିଛିା
ଚାଣକ୍ୟ ନୀତି ପୁସ୍ତକରେ ସେ ତାଙ୍କ ଜୀବନର ଅଭିଜ୍ଞତା ବିଷୟରେ ବର୍ଣ୍ଣନା କରିଛନ୍ତିା ତାଙ୍କ ନୀତିର ପାଳନ କରିବା ଦ୍ୱାରା ଜୀବନରେ ସଫଳତା ମିଳିଥାଏ ବୋଲି ବିଶ୍ୱାସ ରହିଛିା
ଏହି ପୁସ୍ତକରେ ସେ ମହିଳାଙ୍କୁ ନେଇ ମଧ୍ୟ ଉଲ୍ଲେଖ କରିଛନ୍ତିା ଏଥିରେ ସେ ଲେଖିଛନ୍ତି କି କେଉଁଭଳି ମହିଳାଙ୍କୁ ବିଶ୍ୱାସ କରିବା ଦ୍ୱାରା ଜୀବନ ନଷ୍ଟ ହୋଇଯିବା
୧. ନୀତିହୀନ ଏବଂ ଖରାପ ଚରିତ୍ର ଥିବା ମହିଳାଙ୍କୁ ବିଶ୍ୱାସ କରିବା ଠାରୁ ଦୂରେଇ ରୁହନ୍ତୁା
ଏଭଳି ମହିଳା ସବୁବେଳେ ଅନ୍ୟ ପୁରୁଷଙ୍କ ପ୍ରତି ଆକୃଷ୍ଟ ହୋଇଥାଏା ଅନେକାଂଶରେ ସେମାନେ ନିଜ ସ୍ୱାମୀଙ୍କୁ ନିଜର ସବୁଠାରୁ ବଡ଼ ଶତ୍ରୁ ଭାବିଥାନ୍ତିା
୨. ମହିଳାଙ୍କ ସୁନ୍ଦରତା ଦେଖି କେବେ ବି ବିଶ୍ୱାସ କରନ୍ତୁ ନାହିାଁ ଏହା ସ୍ଲୋ ପଏଜନ୍ ସଦୃଶ ଅଟୋ
କ୍ଷଣସ୍ଥାୟୀ ସୁନ୍ଦରତା ଠାରୁ ଉତ୍ତମ ସଂସ୍କାର, ଶିକ୍ଷା ଓ ଗୁଣ ଗୁରୁତ୍ୱପୂର୍ଣ୍ଣ ଅଟୋ
୩. ଲୋଭି ମହିଳା ବହୁତ ବିପଜ୍ଜନକା ସେମାନେ ଘରର ଶାନ୍ତି ନଷ୍ଟ କରିଦିଅନ୍ତି ଏବଂ ପରିବାରର ବିନାଶର କାରଣ ପାଲଟିଥାନ୍ତିା
ଅର୍ଥ ଲୋଭରେ ସେମାନେ ଅନ୍ଧ ହୋଇ ଆପଣଙ୍କୁ ମଧ୍ୟ ଧୋକା ଦେଇପାରନ୍ତିା ସେମାନେ କେବଳ ନିଜ ସ୍ୱାର୍ଥ ଦେଖନ୍ତିା
୪. ଅହଂକାରୀ ମହିଳା କେବେ ବି କାହା ପାଇଁ ଉତ୍ତମ ବିଚାର କରନ୍ତି ନାହିାଁ ସେମାନଙ୍କ ରୁକ୍ଷ ବ୍ୟବହାର ପାଇଁ ମାତା ଲକ୍ଷ୍ମୀ ଓ ସରସ୍ୱତୀ ରୁଷ୍ଟ ହୋଇଥାନ୍ତିା
ଫଳରେ ଘରର ସୁଖ, ସମୃଦ୍ଧି ଓ ଶାନ୍ତି କ୍ଷୟ ହେବାକୁ ଅଧିକ ସମୟ ଲାଗିନଥାଏା