ରାସ୍ତା କଡ଼ରେ ମଣିଷ ପୁଡ଼ିଆ! ଗୋଟେ ପଲିଥିନରେ କଟା ମୁଣ୍ଡ ଆଉ କିଛି ପଲିଥିନରେ ଗୋଡ଼, ହାତ, ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ

କର୍ଣ୍ଣାଟକରୁ ଆସିଛି ଏଭଳି ଲୋକଟାଙ୍କୁରା ଚିତ୍ର । ପୋଲିସ କରୁଛି ତଦନ୍ତ ।

ଟୁମାକୁରୁ: କର୍ଣ୍ଣାଟକ କୋରାଟେଗରସ୍ଥିତ କୋଲାଲା ଗାଁ ରାସ୍ତା କଡ଼ରେ ପଲିଥିନ୍ ପୁଡିଆରୁ ଦୁର୍ଗନ୍ଧ ଆସୁଥିବାର ଜାଣି ଗାଁ ଲୋକେ ସ୍ଥାନୀୟ ପୋଲିସକୁ ଖବର ଦେଲେ ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦେଖିଲା ବେଳକୁ ବଲିଥିନ୍ ଭିତରୁ ବାହାରିଲା ମହିଳାଙ୍କ କଟା ମୁଣ୍ଡ ।

ମହିଳାଙ୍କ କଟା ମୁଣ୍ଡ ସାଙ୍ଗକୁ ଆଖପାଖରେ ଆଉ କିଛି ପଲିଥିନ୍ ପୁଡିଆ ମଧ୍ୟ ପଡ଼ିଥିଲା, ଯେଉଁଥିରେ ମହିଳାଙ୍କ ଗୋଡ଼, ହାତ ପିସ୍ ପିସ୍ କଟା ହୋଇ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଲା ।

ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ମହିଳାଙ୍କ କଟା ମୁଣ୍ଡରୁ ତାଙ୍କ ପରିଚୟ ଖୋଜି ବାହାର କରିବାର ଚେଷ୍ଟା ଚଳାଇଛି ।

ମହିଳାଙ୍କୁ କେହି ହତ୍ୟା କରିବା ପରେ ତାଙ୍କୁ କାଟି ପଲିଥିନ୍ ବ୍ୟାଗରେ ଭର୍ତ୍ତି କରି ରାସ୍ତା କଡ଼ରେ ପକାଇଥିବା ସନ୍ଦେହ କରୁଛି ପୋଲିସ ।

ସେପଟେ ଏ କାର୍ଯ୍ୟରେ ଅଭିଯୁକ୍ତ କାର୍ର ବ୍ୟବହାର କରିଥିବା କୁହାଯାଉଛି । ମହିଳାଙ୍କ ଆଉ କିଛି ବଡ଼ି ପାର୍ଟ ମିଳୁ ନ ଥିବାବେଳେ ପୋଲିସ ଖୋଜାଖୋଜି ଚଳାଉଛି ।

ବର୍ଷା ଯୋଗୁ ଖୋଜିବାରେ ପୋଲିସକୁ ଅସୁବିଧା ହେଉଛି । ଏଭଳି ଅନେକ ଘଟଣା ଘଟୁଛି , ଯେଉଁଥିରେ ହତ୍ୟାକାରୀ ମୃତକର ଶରୀରକୁ କାଟି ପଲିଥିନ୍ ବ୍ୟାଗ୍, ଟ୍ର୍ରଲି, ଏବଂ ଡ୍ରମରେ ରଖି ଫେରାର୍ ହେଉଛନ୍ତି । ଏ ପ୍ରକାର ଘଟଣା ନିତିଦିନିଆ ପାଲଟିଗଳାଣି ।