fbpx
BSKY SKY
BSKY SKY

ପତ୍ନୀଙ୍କ ସହ ସେକ୍ସ ନକଲେ ମିଳିବ ଏମିତି ସଜ୍ଜା: ପ୍ରତ୍ୟେକ ମାସରେ ୩୦ ହଜାର ଫାଇନ୍ ସାଙ୍ଗକୁ ଜେଲଦଣ୍ଡ, ନିଷ୍ପତ୍ତି ଶୁଣାଇଲେ କୋର୍ଟ

BSKY

ନୂଆଦିଲ୍ଲୀ: ଆଜିକାଲିର ଦୈନନ୍ଦିନ ଜୀବନରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିବା ଏକ ସାଧାରଣ କଥା ହୋଇଗଲାଣି । କେଉଁଠି ସ୍ୱାମୀ ସ୍ତ୍ରୀକୁ ହତ୍ୟା କରୁଛି ତ କେଉଁଠି ସ୍ତ୍ରୀ ମଧ୍ୟ ସ୍ୱାମୀକୁ ଆକ୍ରମଣ କରୁଛି । ଅନେକ କ୍ଷେତ୍ରରେ ରିଲେସନସିପକୁ ନେଇ ଦମ୍ପତିଙ୍କ ମଧ୍ୟରେ ନାନାପ୍ରକାରର ବିବାଦ ଦେଖାଦେଉଛି । ତେବେ ଅନୁରୂପ ଭାବେ ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ଜଣେ ମହିଳାଙ୍କ ତାଙ୍କର ପତିଙ୍କ ବିରୋଧରେ ଅଭିଯୋଗ ଆଣି କୋର୍ଟରେ ଅପିଲ କରିଛନ୍ତି ।

ତେବେ ଇନ୍ଦୋରର ଉକ୍ତ ମହିଳାଙ୍କ ସହ ତାଙ୍କ ସ୍ୱାମୀ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ମନା କରୁଥିବା ଅଭିଯୋଗ ହୋଇଛି । କୋର୍ଟ ଏହି ମାମଲାରେ ମହିଳାଙ୍କୁ ତାଙ୍କ ସ୍ୱାମୀ ପ୍ରତ୍ୟେକ ମାସରେ ୩୦ ହଜାର ଟଙ୍କା ଦେବାକୁ ଆଦେଶ ଦେଇଛନ୍ତି । ତେବେ ମହିଳାଙ୍କ କହିବା କଥା ହେଲା, ତାଙ୍କ ସ୍ୱାମୀ ରାତିରେ ଶୋଇବା ପୂର୍ବରୁ ମହିଳାଙ୍କ ପରି ଶୃଙ୍ଗାର କରନ୍ତି ଓ ପ୍ରେମ ସମ୍ପର୍କ ସ୍ଥାପନ କରନ୍ତି ନାହିଁ । ସ୍ୱାମୀ ନାରୀ ରୂପ ବେଶ ଧାରଣ କରି ଫଟୋ ଉଠାଇବା ସହ ଭିଡିଓ ଶୁଟ୍ ମଧ୍ୟ କରନ୍ତି ।

ଜଣାପଡ଼ିଛି ଯେ, ପୀଡ଼ିତା ମହିଳା ଗତ ୨୦୧୮ ମହିଳା ଏପ୍ରିଲ ୨୯ ତାରିଖରେ ଅଭିଯୁକ୍ତ ସ୍ୱାମୀ ଦିଲେଶ୍ୱରଙ୍କୁ ବିବାହ କରିଥିଲେ । ମାତ୍ର ବିବାହର କିଛିଦିନ ପରେ ଦିଲେଶ୍ୱର ଛୋଟ ଛୋଟ କଥାରେ ତାଙ୍କ ପତ୍ନୀଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ । ପରିବାରର ଖର୍ଚ୍ଚ ପାଇଁ ବାପଘରୁ ଅର୍ଥ ଆଣିବା ପାଇଁ ବାଧ୍ୟ କରିବା ସହ ଦିଲେଶ୍ୱର ତାଙ୍କ ପତ୍ନୀଙ୍କୁ ଗୋଟିଏ ଘରେ ବନ୍ଦ କରି ରଖୁଥିଲେ । ତେବେ ଜିଲ୍ଲା କୋର୍ଟ ମହିଳାଙ୍କ ଅଭିଯୋଗକୁ ଆଧାର କରି ଦିଲେଶ୍ୱରଙ୍କ ଜାମିନ୍ ଆବେଦନ ଖାରଜ କରି ଜେଲ ଦଣ୍ଡାଦେଶ ଦେଇଛନ୍ତି ।

Get real time updates directly on you device, subscribe now.