fbpx

ଏହି ସ୍ଥାନରେ ମହିଳାମାନେ ପାଞ୍ଚ ଦିନ ପାଇଁ କୌଣସି ପୋଷାକ ପିନ୍ଧନ୍ତି ନାହିଁ, ଯିଏ ନ ମାନିବ…

ଆମ ଦେଶର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପରମ୍ପରା ରହିଛି, ଯାହା ବିଷୟରେ ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ତେବେ ଭାରତବର୍ଷର ଏପରି ଅଞ୍ଚଳ ରହିଛି, ଯେଉଁଠି ବିବାହିତ ମହିଳାମାନଙ୍କୁ ୫ ଦିନ ପର୍ଯ୍ୟନ୍ତ ଉଲଗ୍ନ ଅବସ୍ଥାରେ ବିତାଇବାକୁ ପଡ଼ିଥାଏ । ବହୁବର୍ଷ ପୂର୍ବରୁ ଏହି ରୀତିନୀତି ରହି ଆସିଥିବା ଦେଖାଯାଉଛି ।

ଜଣାପଡ଼ିଛି । ଯେ, ହିମାଚଳ ପ୍ରଦେଶର ମଣିକର୍ଣ୍ଣ ଘାଟିରେ ପିନି ନାମକ ଏକ ଗାଁରେ ଏହି ପରମ୍ପରା ପାଳନ କରାଯାଇ ଆସୁଛି । ଶ୍ରାବଣ ମାସରେ ଏହା ପାଳିତ ହେଉଥିବା ବେଳେ ଗାଁର ମହିଳାମାନେ ବର୍ଷର ୫ ଦିନ ବିନା କପଡ଼ାରେ ରହିଥାନ୍ତି । ତେବେ ଏହି ପରମ୍ପରାର ମୁଖ୍ୟ ବିଶେଷତ୍ୱ ହେଉଛି ଯେ, ସେହି ସମୟରେ ମହିଳାମାନେ ପୁରୁଷମାନଙ୍କ ନଜରକୁ ଆସନ୍ତି ନାହିଁ ।

ଶୁଣାଯାଏ ଯେ, ଯଦି କୌଣସି ସ୍ତ୍ରୀ ଲୋକ ଏହି ପରମ୍ପରାକୁ ପାଳନ ନ କରେ, ତେବେ ତାଙ୍କ ଘରେ ଅଶୁଭ ଘଟଣା ଘଟିବ । କିଛି ଲୋକଙ୍କ ମତରେ, ଏହି ଗାଁରେ ଏକ ରାକ୍ଷସ ପୂର୍ବରୁ ରହିଥିଲା । ସେ ସୁନ୍ଦର ବେଶ ପୋଷାକରେ ସଜ୍ଜିତ ସ୍ତ୍ରୀଲୋକମାନଙ୍କୁ ଉଠାଇ ନେଉଥିଲା । ଦେବତାମାନେ ସେ ରାକ୍ଷସକୁ ଅନ୍ତ ଘଟାଇଥିବା ଜଣାଯାଏ ।

ଆଉ କିଛି ଲୋକ କୁହନ୍ତି ଯେ, ଦେବତାମାନେ ଆଜି ମଧ୍ୟ ଗାଁକୁ ଆସନ୍ତି ଓ ଗାଁର ଅନ୍ୟାୟ ବିରୋଧରେ ଲଢ଼େଇ କରନ୍ତି । ଶ୍ରାବଣ ମାସର ଏହି ୫ ଦିନ ଗାଁଲୋକ ହସିବା ମଧ୍ୟ ବନ୍ଦ କରି ଦିଅନ୍ତି । ତା’ ସହିତ ମଦ, ମାଂସ ଆଦି ଖାଦ୍ୟକୁ ବର୍ଜନ କରନ୍ତି । ମହିଳାମାନେ ନିଜକୁ ସାଂସାରିକ ଜୀବନରୁ ଦୂରେଇ ଦିଅନ୍ତି । ସମୟ ବଦଳିବା ସହିତ ବର୍ତ୍ତମାନର ପିଢ଼ି ଏହାକୁ ସାମାନ୍ୟ ଅଲଗା ପ୍ରକାରେ ପାଳନ କରୁଛନ୍ତି । ଆଜିକାଲିର ମହିଳାମାନେ ଉଲଗ୍ନ ନ ହୋଇ ସୂକ୍ଷ୍ମ କପଡ଼ା ପରିଧାନ କରୁଥିବାର ଜଣାଯାଇଛି ।

Get real time updates directly on you device, subscribe now.