fbpx

ମହିଳା କନେଷ୍ଟବଳଙ୍କୁ ଜନ୍ମଦିନ ପାର୍ଟିକୁ ଡାକି ଗଣଦୁଷ୍କର୍ମ, ଭିଡିଓ କରି ଭାଇରାଲ୍ କରିବାକୁ ଦେଲେ ଧମକ; ଫେସବୁକରେ ହୋଇଥିଲା ବନ୍ଧୁତା

ଭୋପାଳ: ଦିନକୁ ଦିନ ଦେଶରେ ଅପରାଧ ବଢ଼ିବାରେ ଲାଗିଛି । ଖାସ୍ କରି ମହିଳା ମାନଙ୍କ ବିରୋଧରେ ଅପରାଧ ବଢ଼ିବାରେ ଲାଗିଛି । ଏହି କ୍ରମରେ ଜଣେ ମହିଳା କନେଷ୍ଟବଲଙ୍କ ସହ ଗଣଦୁଷ୍କର୍ମ ହୋଇଛି । ଯାହା ସମସ୍ତଙ୍କୁ ତାଜୁବ୍ କରିଛି । ଏଠାରେ ସାଧାରଣ ଝିଅ ତ ଦୂରର କଥା କନେଷ୍ଟବଲ ବି ସୁରକ୍ଷିତ ନାହାନ୍ତି । ଏହିଭଳି ଏକ ଘଟଣା ମଧ୍ୟପ୍ରଦେଶର ନୀମଚ ଜିଲ୍ଲାରେ ଘଟିଛି । ଏହି ମାମଲାରେ ପୋଲିସ୍ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବା ସହିତ ମୁଖ୍ୟ ଅଭିଯୁକ୍ତ ଏବଂ ତାର ମାଆଙ୍କୁ ବି ଗିରଫ କରିଛି । ପୋଲିସ୍ ଏନେଇ ସୂଚନା ଦେଇଛି ।

ମହିଳା ପୋଲିସ୍ ଷ୍ଟେସନ୍ ର ପ୍ରଭାରୀ ନିରୀକ୍ଷକ ଅନୁରାଧା ଗିରୱାଲ୍ ଶନିବାର ଦିନ କହିଛନ୍ତି ଯେ, ଏହି ଘଟଣା ଏହି ମାସର ପ୍ରଥମ ସପ୍ତାହରେ ଘଟିଛି । ମହିଳା କନେଷ୍ଟବଲ ସେପ୍ଟେମ୍ବର ୧୩ ତାରିଖରେ ଏନେଇ ଅଭିଯୋଗ କରିଛନ୍ତି । ପାଞ୍ଚ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଓ ତାର ମାଆଙ୍କୁ ଗିରଫ କରିଛି ପୋଲିସ୍ ।

ଅନୁରାଧା ଗିରୱାଲ୍ କହିଛନ୍ତି ଯେ, ୫ ମାସ ତଳେ ମହିଳା କନେଷ୍ଟବଲ ଫେସବୁକ୍ ମାଧ୍ୟମରେ ପବନ ନାମକ ଜଣେ ବ୍ୟକ୍ତିଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ । ଦୁହେଁ ଲଗାତର କଥାବାର୍ତ୍ତା ହେଉଥିଲେ । ଏହିପରି କିଛି ଦିନ ଯିବା ପରେ ଦିନେ ପବନ ନିଜର ସାନ ଭାଇର ଜନ୍ମଦିନ ପାର୍ଟିକୁ ଡାକିଥିଲା । ଆଉ ଏହି ବାହାନାରେ ଡାକି ପବନ ଓ ତିନି ଜଣ ସାଙ୍ଗ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଆଉ ଏହି ସମୟର ଏକ ଭିଡିଓ ବି କରିଥିଲେ ଓ ଭାଇରାଲ୍ କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ପୀଡ଼ିତା ଜଣକ ଦାବି କରିଛନ୍ତି ମୁଖ୍ୟ ଅଭିଯୁକ୍ତଙ୍କ ମାଆ ବି ଧମକ ଦେଇଥିଲେ ଓ ଟଙ୍କା ଦାବି କରିଥିଲେ । ତେବେ ପୂରା ଘଟଣା ସମ୍ପର୍କରେ ଏବେ ତଦନ୍ତ କରୁଛି ପୋଲିସ୍ ।

Get real time updates directly on you device, subscribe now.