fbpx

ସର୍ଜରୀ ବେଳେ କାନ୍ଦିବାରୁ ହସ୍ପିଟାଲରେ ଦେବାକୁ ପଡ଼ିଲା ଅଧିକ ଚାର୍ଜ, ଜାଣନ୍ତୁ ଘଟଣା…

ନୂଆଦିଲ୍ଲୀ: ସାଧାରଣତଃ ହସ୍ପିଟାଲ ସିରିଞ୍ଜ, ଛୁଞ୍ଚି ଦେଖିଲେ ଅନେକ ଲୋକ ଡରିଯାଇଥାନ୍ତି । କୌଣସି ସର୍ଜରୀ ସମୟରେ ମଧ୍ୟ ଏହାକୁ ଦେଖି ଅନେକ କାନ୍ଦିପକାଇଥାନ୍ତି । ହେଲେ କେବେ ଶୁଣିଛନ୍ତି ଏଭଳି କାନ୍ଦିବା ଯୋଗୁଁ ହସ୍ପିଟାଲରେ ଅଧିକ ଚାର୍ଜ ଦେବା କଥା । ଏଭଳି ଏକ ଘଟଣା ଘଟିଛି ଆମେରିକାର ଜଣେ ମହିଳାଙ୍କ ସହ ।

ଘଟଣା ଅନୁଯାୟୀ ମହିଳା ଜଣଙ୍କ ତାଙ୍କ ଶରୀରରେ ଥିବା କଳାଜାଇର ସର୍ଜରୀରେ ଖର୍ଚ୍ଚ ହୋଇଥିବା ବିଲ୍ କୁ ଇଣ୍ଟରନେଟରେ ଅପଲୋଡ କରିଥିଲେ । ଯେଉଁଥିରେ ହସ୍ପିଟାଲର ଚାର୍ଜ ସହ ଏକ ଅଲଗା ଚାର୍ଜ ଲଗାଯାଇଥିବା ଦେଖାଯାଇଛି । ଆଉ ତାଙ୍କର ଏହି ଟ୍ୱିଟ ଭାଇରାଲ ମଧ୍ୟ ହେଉଛି ।

ଫଟୋରେ ଥିବା ବିଲ୍ ରେ ଦେଖାଯାଉଛି ମହିଳାଙ୍କ ସର୍ଜରୀ ରାଶି ସହ ବ୍ରିଫ ଇମୋସନ ଅର୍ଥାତ ସର୍ଜରୀ ସମୟରେ କାନ୍ଦିବାକୁ ଦର୍ଶାଇ୧୧ ଡଲାର(ପ୍ରାୟ ୮୧୭ଟଙ୍କା) ଚାର୍ଜ କରାଯାଇଛି । ତେବେ ଏହାକୁ ନେଇ ଅନେକ ଲୋକ ସେମାନଙ୍କର ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି ।

Get real time updates directly on you device, subscribe now.