fbpx

ଜୀବନରେ କେବଳ ଥରେ ଗାଧୋଇଥାନ୍ତି ଏହି ମହିଳାମାନେ; ଜାଣନ୍ତୁ ଏହା ପଛରେ କଣ ରହିଛି ରହସ୍ୟ

ବିଚିତ୍ର ଏ ବିଶ୍ୱ ବ୍ରହ୍ମାଣ୍ଡ ବିଚିତ୍ର ତାର ପରିକଳ୍ପନା । ଏଠାରେ ଲୁଚି ରହିଛି ଅନେକ ରହସ୍ୟମୟ ତଥ୍ୟ । ଯାହା ଜାଣିଲେ ଯେ କେହି ବି ଆଶ୍ଚଯ୍ୟ ହୋଇଯିବ । ତେବେ ଏହି ଦୁନିଆରେ ଅନେକ ରହସ୍ୟମୟ ଜାଗା ଥିବା ବେଳେ କିଛି ରହସ୍ୟମୟ ପ୍ରଥା, ପରମ୍ପରା ମଧ୍ୟ ରହିଛି । ଯାହାକୁ କେହି ସହଜରେ ବିଶ୍ୱାସ କରି ପାରନ୍ତି ନାହିଁ । ତେବେ ଆମେ ଆଜି ଆପଣଙ୍କୁ ସେହିପରି ଏକ ପରମ୍ପରା ବିଷୟରେ ଜଣାଇବାକୁ ଯାଉଛୁ । ଯେଉଁଠାରେ ମହିଳା ଏବଂ ଝିଅମାନଙ୍କୁ ଜୀବନରେ କେବଳ ଥରେ ମାତ୍ର ଗାଧୋଇବାର ଅନୁମତି ଥାଏ । ତେବେ ଏହି କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ । ବର୍ତ୍ତମାନ ଆସନ୍ତୁ ଜଣିବା ଏହି ସମ୍ପର୍କରେ…

କାହିଁକି ସ୍ନାନ କରନ୍ତି ନାହିଁ ଏହି ମହିଳା:

ଦୁନିଆରେ ଏପରି ବି କିଛି ଜନଜାତି ଅଛନ୍ତି, ଯେଉଁମାନେ ତାଙ୍କ ପରମ୍ପରା ରିତି ନିତି ପାଇଁ ନିଜ ଜୀବନ ଦେବାକୁ ବି ପଛଘୁଞ୍ଚା ଦିଅନ୍ତି ନାହିଁ । ତେବେ ସେହିପରି ଏକ ଜନଜାତି ହେଉଛନ୍ତି ହିମ୍ବା ଜନଜାତି । ଯାହାକି ନାମିବିୟାରେ ବସବାସ କରନ୍ତି । ତେବେ ଏହି ଜନଜାତିମାନଙ୍କର ଏକ ପରମ୍ପରା ରହିଛି । ଯେଉଁ ପରମ୍ପରା ଅନୁସାରେ ଏହି ଜନଜାତିର ମହିଳା ଏବଂ ଝିଅମାନଙ୍କୁ ପାଣି ଛୁଇଁବାକୁ ବାରଣ କରାଯାଇଥାଏ । ତେଣୁ ସେମାନେ ତାଙ୍କ ପୋଷାକ ମଧ୍ୟ ଧୋଇ ନଥାନ୍ତି । ତେବେ ହିମ୍ବା ଜନଜାତିରେ ଏହି ପରମ୍ପରା କାଇଁ କେଉଁ କାଳରୁ ଚାଲି ଆସୁଛି । ଯହାକୁ ଆଜି ବି ଏହି ଜନଜାତିର ଲୋକେ ମାନି ଆସୁଛନ୍ତି । ଏହି ପରମ୍ପରା ଅନୁଯାୟୀ ହିମ୍ବା ଜନଜାତିର ମହିଳା ଓ ଝିଅମାନେ ତାଙ୍କ ଜୀବନ କାଳ ମଧ୍ୟରେ ଥରେ ମାତ୍ର ଗାଧୋଇଥାନ୍ତି । ତଥାପି ତାଙ୍କୁ ଦୁନିଆର ସବୁଠାରୁ ସୁନ୍ଦର ବୋଲି ବିବେଚନା କରାଯାଏ । ତେବେ ଏହି ମହିଳାମାନେ କେବଳ ତାଙ୍କ ବିବାହ ଦିନ ହିଁ ଗାଧୋଇ ପାରିବେ ଏହାପରେ ସେମାନେ ତାଙ୍କ ଜୀବନରେ ଆଉ କେବେ ବି ଗାଧୋଇବେ ନାହିଁ ।

ଏହି ଦିନ ଗାଧୋଇଥାନ୍ତି ମହିଳା:

ତେବେ ଉତ୍ତର ନାମିବିୟାରେ ପ୍ରାୟ ୫୦,୦୦୦ ଲୋକ ବାସ କରୁଛନ୍ତି । ଯେଉଁଠାରେ ହିମ୍ବା ଜନଜାତିର ଆଦିବାସୀ ମଧ୍ୟ ଅଛନ୍ତି । ସେମାନେ କୁନେନ ଅଞ୍ଚଳ ଅଙ୍ଗୋଲାର କୁନେନ ନଦୀର ଅପର ପାର୍ଶ୍ୱରେ ବସବାସ କରିଥାନ୍ତି । ଯାହାକି ବର୍ତ୍ତମାନ କାକୋଲାଣ୍ଡ ନାମରେ ଜଣାଶୁଣା । ତେବେ ଏହି ଜନଜାତିର ମହିଳାମାନେ ତାଙ୍କ ଜୀବନରେ କେବଳ ଥରେ ମାତ୍ର ଗାଧୋଇଥାନ୍ତି । ଏହାପରେ ସେମାନେ ଆଉ କେବେ ବି ପାଣି ଛୁଅନ୍ତି ନାହିଁ । ଏହି ମହିଳାମାନେ ତାଙ୍କ ପରମ୍ପରା ହିସାବରେ କେବଳ ତାଙ୍କ ବିବାହ ଦିନ ହିଁ ପାଣି ଛୁଇଁ ପାରିବେ ଏବଂ ଗାଧୋଇ ପାରିବେ । ଏହାପରେ ସେମାନେ ଆଉ କେବେ ବି ସ୍ନାନ କରନ୍ତି ନାହିଁ । ତେଣୁ ସେମାନେ ତାଙ୍କ ଶରୀରକୁ ସତେଜ ରଖିବା ପାଇଁ ଏକ ସ୍ୱତନ୍ତ୍ର ଜଡିବୁଟି ବ୍ୟବହାର କରିଥାନ୍ତି ଏବଂ ସେହି ଜଡିବୁଟି ଧୂଆଁ ମଧ୍ୟମରେ ତାଙ୍କ ଶରୀରକୁ ସତେଜ ରଖିଥାନ୍ତି । ଏଥିସହିତ ଏହି ଜଡିବୁଟି ସେମାନଙ୍କ ଶରୀରରୁ ଜୀବାଣୁ ନଷ୍ଟ କରିଥାଏ ବୋଲି ବିଶ୍ୱାସ ରହିଛି ।

ସେହିପରି ସେମାନେ ନିଜ ଶରୀରକୁ ସୂର୍ଯ୍ୟ କିରଣରୁ ସୁରକ୍ଷା ଦେବାପାଇଁ ପଶୁ ଚର୍ବି ଏବଂ ହେମାଟାଇଟ୍ ଦ୍ରବଣରେ ନିର୍ମିତ ଏକ ସ୍ୱତନ୍ତ୍ର ଲେପ ବ୍ୟବହାର କରନ୍ତି । ଏହି ହେମାଟାଇଟ୍ ହେତୁ ସେମାନଙ୍କର ଚର୍ମର ରଙ୍ଗ ଲାଲ ହୋଇଯାଏ । ଏଥିସହିତ ଏହି ବିଶେଷ ଲେପ ସେମାନଙ୍କୁ କୀଟ କାମୁଡ଼ାରୁ ମଧ୍ୟ ରକ୍ଷା କରିଥାଏ ।

Get real time updates directly on you device, subscribe now.