fbpx

ବିସିସିଆଇର ବଡ଼ ଘୋଷଣା: ଆସନ୍ତା ବର୍ଷରୁ ଆଇପିଏଲ୍ ଖେଳିବେ ମହିଳା ଖେଳାଳି , ଖୁବଶୀଘ୍ର ସ୍ପଷ୍ଟ ହେବ ରୂପରେଖ

Advertisement

ନୂଆଦିଲ୍ଲୀ: ଆସନ୍ତା ବର୍ଷରୁ ଅନୁଷ୍ଠିତ ହେବ ମହିଳା ଇଣ୍ଡିଆନ ପ୍ରିମିୟର ଲିଗ କ୍ରିକେଟ । ବିସିସିଆଇ ପକ୍ଷରୁ ରବିବାର ଏହା ଘୋଷଣା କରା ଯାଇଛି । ଗତ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହି ପ୍ରସଙ୍ଗ ନେଇ ଅଲୋଚନା ହୋଇଥିଲା । ତେବେ ବିସିସିଆଇ ଏହା ଉପରେ ଅନୁଧ୍ୟାନ କରି ରବିବାର ଏହି ପ୍ରସଙ୍ଗ ଉପରେ ଚୂଡାନ୍ତ ନିଷ୍ପତ୍ତି ନେଇଛି ।

ବିସିସିଆଇ କହିଛି ଯେ ଆସନ୍ତା ବର୍ଷ ମହିଳା ଆଇପିଏଲର ପ୍ରଥମ ସଂସ୍କରଣକୁ ସଫଳତାର ସହିତ ଆୟୋଜନ କରିବା ପାଇଁ ଆଜି ଠାରୁ ପ୍ରସ୍ତୁତି ଆରମ୍ଭ କରା ଯାଇଛି । ଏଥିରେ କେତେ ସଂଖ୍ୟକ ଦଳ ଅଂଶ ଗ୍ରହଣ କରିବେ ତାହା ଚୂଡାନ୍ତ ହେବା ପରେ ଅନ୍ୟାନ୍ୟ କାର୍ଯ୍ୟ କରା ଯିବ । ତେବେ ଏହି ପ୍ରସଙ୍ଗ ନେଇ ଏବେ ମଧ୍ୟ ଆଲୋଚନା ଜାରି ରହିଛି । କାରଣ ମହିଳା ଆଇପିଏଲ ଆୟୋଜନ ଏକ ବିତର୍କର ବିଷୟ ବୋଲି ବିସିସିଆଇ କହିଛି ।

Get real time updates directly on you device, subscribe now.