fbpx

ଚଳନ୍ତା ଟ୍ରେନରୁ ଖସିପଡିଲେ ମହିଳା: ସାମାନ୍ୟ ଅସାବଧାନତାରୁ ଏମିତି ଦଣ୍ଡ ଭୋଗିଲେ ଲେଡି ପାସେଞ୍ଜର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସତର୍କତା ଅଭାବରୁ ବିଭିନ୍ନ ସମୟରେ ରେଲୱେ ପ୍ଲାଟଫର୍ମ ହେଉ କିମ୍ବା ଫାଟକ ନିକଟରେ ଦୁର୍ଘଟଣା ଦେଖିବାକୁ ମିଳିଥାଏ । ଅନେକ ସମୟରେ ଟ୍ରେନ ଦୁର୍ଘଟଣାରେ କେତେ ମୂଲ୍ୟବ।।ନ ଜୀବୀନ ମଧ୍ୟ ଯାଇଥିବାର ଭିଡିଓ ସୋଶଲ ମିଡିଆରେ ଭାଇରାଲ ହୋଇଛି । ତେବେ ସେହିପରି ଆଉ ଏକ ଘଟଣା ଏବେ ସାମନାକୁ ଆସିଛି । ଯେଉଁଥିରେ ଜଣେ ମହିଳା ଚଳନ୍ତା ଟ୍ରେନରେ ଚଢିବା ପାଇଁ ଚେଷ୍ଟା କରୁଥିବା ବେଳେ ଖସି ପଡିଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସକର୍ମୀଙ୍କ ଦ୍ୱାରା ମହିଳାଙ୍କ ଜୀବନ ବଞ୍ଚିଯାଇଛି ସତ, କିନ୍ତୁ ଆଗକୁ ସେ କେବେ ଚଳନ୍ତା ଗାଡିରେ ଚଢିବା ଚିନ୍ତା ମନକୁ ଆଣିବେ ନାହିଁ ।

ସୂଚନା ଅନୁସାରେ, ଏ ଘଟଣା ହେଉଛି କଣ୍ଣାଟକର ବେଲ୍ଲାରୀ ଷ୍ଟେସନର । ଜଣେ ମହିଳାଙ୍କ କାରନାମା ପ୍ଲାଟଫର୍ମରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଚଳନ୍ତା ଟ୍ରେନରେ ଚଢିବାକୁ ଚେଷ୍ଟା କରୁଥିଲେ ଏହି ମହିଳା ଜଣକ । କିନ୍ତୁ ଭାଗ୍ୟ ଥିଲା ଖରାପ । ଟ୍ରେନରେ ଚଢିବା ସମୟରେ ପାଦ ଖସିଯିବାରୁ ସେ ଅଧା ଟ୍ରେନରେ ହିଁ ଝୁଲି ପଡିଥିଲେ । ତେବେ ଏହା ଦେଖି ଜଣେ ସେଠାରେ ଉପସ୍ଥିତ ଜଣେ ରେଲୱେ ପୋଲିସକର୍ମୀ ତାଙ୍କ ଆଡକୁ ଦୌଡି ଆସି ମହିଳାଙ୍କୁ ଉଦ୍ଧାର କରିଛନ୍ତି । ତେବେ ସାମାନ୍ୟ ଅସତର୍କତା ଯୋଗୁଁ ମହିଳା ଜଣକ ନିଜ ଜୀବନ ହରାଇଥାନ୍ତେ । ମହିଳା ଜଣକ ହରିପ୍ରିୟା ଏକ୍ସପ୍ରେସରେ ନିଜ ଗାଁ ଗଡଗ ଯାଉଥିବା ବେଳେ ଘଟିଯାଇଛି ଏଭଳି ଏକ ଦୁର୍ଘଟଣା । ଏହାପରେ ଏହି ଭିଡିଓ ସୋଶଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.