fbpx

(Video) ଧରାପଡ଼ିଲା ରସିକିଆ ଚୋର: ସୁନାଗହଣା ସହ ମହିଳାଙ୍କ ଅନ୍ତବସ୍ତ୍ର କରୁଥିଲା ଲୁଟ୍

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଗୋଟିଏ ଚୋର, ଧନ ସମ୍ପତ୍ତି, ସୁନା ଗହଣା, ଗାଡ଼ି ମୋଟର ଆଦି ଚୋରି କରିଥାଏ । ମହିଳାମାନଙ୍କର ଅସ୍ତ୍ରବସ୍ତ୍ର ଲୁଟ୍ କରୁଥିବା ଚୋର ବିଷୟରେ ଆପଣମାନେ କେବେ ଶୁଣୁଛନ୍ତି କି? ନିକଟରେ ଏଭଳି ଏକ ହାଇଭୋଲଟେଜ୍ ରସିକ ଚୋରକୁ ଧରିଛି ପୋଲିସ । ଚୋରଟି ସୁନାଗହଣା ସହିତ ମହିଳାଙ୍କର ଅନ୍ତବସ୍ତ୍ର ଚୋରି କରୁଥିଲା । ମଡର୍ଣ୍ଣ ଯୁଗରେ ଏଭଳି ରସିକିଆ ଚୋରକୁ ନେଇ ଏବେ ରାଜଧାନୀରେ ଚର୍ଚ୍ଚା ହେବାରେ ଲାଗିଛି ।

ନିକଟରେ ଏଭଳି ଏକାଧିକ ଚୋରି କେସ୍ ସାମ୍ନାକୁ ଆସିଥିଲା । ତେଣୁ ସମସ୍ତ ଘଟଣାକୁ ନେଇ ତର୍ଜମା କରିଥିଲା ପୋଲିସ । ତେବେ ସବୁ ଚୋରି କେବଳ ଗୋଟିଏ ଚୋର କରୁଥିବା ଜଣାପଡ଼ିଥିଲା । ଚୋରଟି ଏକ ହୋଣ୍ଡା ୟୁନିକର୍ଣ୍ଣ ଗାଡ଼ି ବ୍ୟବହାର କରୁଥିଲା । ୨୦୧୮ରେ ଏହି ପେଶାଦାର ଅପରାଧୀ ୧୮ଟି କେସରେ ଧରାପଡ଼ି ଜେଲ୍ ଯାଇଥିଲା । ଚୋରକୁ ସୌଭାଗ୍ୟନଗରର ଏକ ଭଡ଼ା ଘରୁ ଗିରଫ କରାଯାଇଥିଲା ।

ଚୋର ନିକଟରୁ ପୋଲିସ ୪୫୦ ଗ୍ରାମ ସୁନା, ୬୫୦ ଗ୍ରାମ ରୁପା, ମୋଟର ସାଇକେଲ, ଦୁଇଟି ଲାପଟପ୍, ୨୫୦ଟି ଦାମୀ ଜିନ୍ ପ୍ୟାଣ୍ଟ, ଶାର୍ଟ ଆଦି ଜବତ କରିଥିଲା । ଚୋରଟି ବିବିଏ ପାଠ ପଢ଼ିବା ସହିତ ଏକ ଘରୋଇ କମ୍ପାନୀରେ ଭଲ ଦରମାରେ ଚାକିରି କରୁଥିଲା । ସେ ଏକ ଫୁଡ ଡେଲିଭରି କମ୍ପାନୀରେ କାର୍ଯ୍ୟ କରୁଥିଲା, ତେଣୁ ବିଭିନ୍ନ ସ୍ଥାନ ସହିତ ସେ ଭଲ ଭାବେ ପରିଚିତ ଥିଲା । ଚୋରଟି ଚୋରି ସାମଗ୍ରୀ ନିଜ ଗାର୍ଲଫ୍ରେଣ୍ଡଙ୍କୁ ଇମ୍ପ୍ରେସ କରିବା ପାଇଁ ଉପହାର ଆକାରରେ ଦେଉଥିଲା । ଅନ୍ୟ କିଛି ସାମଗ୍ରୀ ନିଜ ବାହାଘର ପାଇଁ ସାଇତି ରଖିଥିଲା । ଘର ମାଲିକମାନେ ବାହାରକୁ ଯାଇଥିବା ସମୟରେ ସେ ଦିନ ୨ଟାରୁ ରାତି ୯ଟା ମଧ୍ୟରେ ଚୋରି କରୁଥିଲା । ତା’ ନାମରେ ନୂଆପଲ୍ଲୀ ଅଞ୍ଚଳରେ ୩ଟି ଓ ଶୈଳଶ୍ରୀ ବିହାରରେ ଅଞ୍ଚଳରେ ୨ଟି ମାମଲା ରହିଥିଲା ।

Get real time updates directly on you device, subscribe now.