fbpx

କରୋନା ଟିକା ବଦଳରେ କୁକୁର କାମୁଡିବା ଟିକା ଦେଇଦେଲେ ସ୍ୱାସ୍ଥ୍ୟକର୍ମୀ

ନୁଆଦିଲ୍ଲୀ,୯ା୪ (ଓଡିଶା ଭାସ୍କର) : କରୋନା ସଂକ୍ରମଣ ବଢ଼ୁଥିବାରୁ ସାରା ଦେଶରେ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । ଦୈନିକ ଶହ ଶହ ଲୋକ ଟିକାକରଣ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଛନ୍ତି । ଏହା ଭିତରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମନାକୁ ଆସିଛି । ତାହା ହେଲା ଉତ୍ତରପ୍ରଦେଶରେ ଜଣେ ମହିଳା କରୋନା ଟିକା ନେବା ପାଇଁ ସାମୁହିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । ସେଠାରେ ତାଙ୍କୁ କରୋନା ଟିକା ବଦଳରେ କୁକୁର କାମୁଡିବା ଟିକା ଦିଆଯାଇଛି । ତାଙ୍କ ନାଁ ହେଉଛି ଅନାରକଲି । ତେବେ ଯେଉଁ ମହିଳାଙ୍କୁ ଏହି ଟିକା ଦିଆଯାଇଛି ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏବେ ଏହାର ଅଭିଯୋଗ ସିଏମଓଙ୍କୁ କରାଯାଇଥିବା ସୁଚନାରୁ ଜଣାପଡିଛି ।


ଅନାରକଲି ୭୨ ବର୍ଷର ହୋଇଥିବା ବେଳେ ଭାଇରାଲ୍ ହୋଇଥିବା ଭିଡିଓରେ ସେ କହୁଛନ୍ତି, ସେ ସ୍ୱାସ୍ଥ୍ୟକେନ୍ଦ୍ରକୁ କରୋନା ଟିକା ନେବାକୁ ଯାଇଥିଲେ । ହେଲେ ସେଠାରେ ତାଙ୍କୁ କୁକୁରୂ କାମୁଡିବା ଟିକା ଦିଆଯାଇଥିଲା । ଯାହା ପରେ ତାଙ୍କ ମୁଣ୍ଡ ବୁଲେଇଥିଲା । ତାଙ୍କ ଘର ଲୋକଙ୍କ କହିବାନୁସାରେ ସେ ଆଧାର କାର୍ଡ ଦେଖାଇଥିଲେ । ଯେତେବେଳେ ସେ ତାଙ୍କ ଆଧାରକାର୍ଡ ସ୍ୱାସ୍ଥ୍ୟକର୍ମୀଙ୍କୁ ନେବାକୁ କହିଲେ ସେତେବେଳେ ସେମାନେ କହିଲେ ଏଥିରେ ଆଧାରକାର୍ଡ ଦରକାର ନାହିଁ । ଆଉ ସେହି ସମୟରେ ଜଣାପଡିଲା ଯେ ତାଙ୍କୁ କରୋନା ଟିକା ବଦଳରେ କୁକୁର କାମୁଡିବା ଟିକା ଦିଆଯାଇଛି । ଏହାପରେ ସେ ସେଠାକାର ଡାକ୍ତରଙ୍କୁ ଏନେଇ ଅଭିଯୋଗ କରିଥିଲେ । ସିଏମଓ ଅଧିକାରୀ ଡକ୍ଟର ସଂଜୟ ଅଗ୍ରୱାଲ୍ କହିଛନ୍ତି ଯେ, ବର୍ତ୍ତମାନ ଏହି ମାମଲାର ଯାଞ୍ଚ ପାଇଁ ସିଏମଓଙ୍କ ପାଖରୁ ଅନୁମତି ମିଳିସାରିଛି । ତେବେ ଏଭଳି ଘଟଣା ଖାଲି ଏବେ ଘଟିନି ଏହା ଆଗରୁ ଦୁଇ ଦୁଇ ଥର ଏଭଳି ଖବର ଅନ୍ୟ ରାଜ୍ୟମାନଙ୍କରୁ ଆସିସାରିଛି ।

Get real time updates directly on you device, subscribe now.