fbpx

ଗୋରା ଛୁଆଙ୍କୁ ମାରି ଦିଆଯାଏ, ମହିଳାମାନେ ଚାହାଁନ୍ତି କଳାରଙ୍ଗର ସନ୍ତାନ, ଜାଣନ୍ତୁ ଏହା ପଛର କାରଣ

ମାତୃତ୍ୱର ଅଧିକାରୀଣୀ ହେବା ସମସ୍ତ ମହିଳାଙ୍କର ଏକ ସ୍ୱପ୍ନ ଥାଏ । ବିବାହ ପରେ ଏକ ସୁନ୍ଦର ସନ୍ତାନକୁ ଜନ୍ମ ଦେବା ପ୍ରତ୍ୟେକ ମହିଳା ଚାହିଁଥାନ୍ତି । ସୁନ୍ଦର ସନ୍ତାନ ଲକ୍ଷ୍ୟରେ ଅନେକ ମହିଳା ଗର୍ଭଧାରଣ ସମୟରେ ବିଭିନ୍ନ ପ୍ରକାର ଖାଦ୍ୟ ଗ୍ରହଣ କରିଥାନ୍ତି । ଆପଣମାନେ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏ ଦୁନିଆଁରେ ଏପରି କିଛି ସ୍ଥାନ ଅଛି, ଯେଉଁଠି ମହିଳାମାନେ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିପରୀତ । ଅର୍ଥାତ ମହିଳାମାନେ ବିବାହ ପରେ ସୁନ୍ଦର ଛୁଆକୁ ଜନ୍ମ ଦେବାକୁ ଚାହାନ୍ତି ନାହିଁ । ଏହା ପଛରେ ଏକ ବଡ଼ କାରଣ ରହିଛି ।

ଯଦି ଜଣେ ମହିଳା ଗୋରା ରଙ୍ଗର ସନ୍ତାନକୁ ଜନ୍ମ ଦିଅନ୍ତି, ତେବେ ଉକ୍ତ ସନ୍ତାନକୁ ମାରି ଦିଆଯାଏ । ସାଧାରଣତଃ ଗୋରା ରଙ୍ଗର ସନ୍ତାନଙ୍କୁ ଅନ୍ୟ ସମ୍ପ୍ରଦାୟର ବୋଲି ଏହି ଅଞ୍ଚଳ ଲୋକଙ୍କ ମଧ୍ୟରେ ଧାରଣା ରହିଛି । ଆଣ୍ଡାମାନରେ ଜାରବା ଜନଜାତିର ଲୋକମାନେ ଏହି ପରମ୍ପରା ବର୍ଷ ବର୍ଷ ଧରି ବଜାୟ ରଖିଛନ୍ତି । ଏହି ଜନଜାତିର ଲୋକମାନେ କଳାରଙ୍ଗର ହୋଇଥିବାରୁ ଗୋରା ରଙ୍ଗର ସନ୍ତାନକୁ ମାରି ଦିଅନ୍ତି । କଳା ସନ୍ତାନ ଜନ୍ମ ଉଦ୍ଦେଶ୍ୟରେ ମହିଳାମାନେ ପଶୁମାନଙ୍କର ରକ୍ତ ପାନ କରିଥାନ୍ତି । ନବଜାତ ଶିଶୁକୁ ଏହି ଜନଜାତିର ସମସ୍ତ ମହିଳା ସ୍ତନ୍ୟପାନ କରାଇଥାନ୍ତି । ଏହାଦ୍ୱାରା ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଶୁଦ୍ଧତା ଓ ପବିତ୍ରତା ବଜାୟ ରହିଥାଏ ବୋଲି ବିଶ୍ୱାସ ରହିଛି ।

Get real time updates directly on you device, subscribe now.