fbpx

ମହିଳାଙ୍କୁ ଆସନ୍ତା ବର୍ଷ ମିଳିବ NDAରେ ଏଣ୍ଟ୍ରି, ମେ’ରେ ଆସିବ ନୋଟିଫିକେସନ୍

ନୂଆଦିଲ୍ଲୀ: ଏନଡିଏରେ ଯିବାକୁ ଇଚ୍ଛୁକ ଥିବା ମହିଳା ଆଶାୟୀଙ୍କ ପାଇଁ ଖୁସି ଖବର । ଏବେ ମହିଳା ମାନେ ଏନଡିଏ ପରୀକ୍ଷା ଦେଇପାରିବେ । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୁପ୍ରିମକୋର୍ଟକୁ ସୂଚନା ଦେଇ କୁହାଯାଇଛି, ଆସନ୍ତା ବର୍ଷ ମେ ମାସ ଭିତରେ ନୋଟିଫିକେସନ୍ ଜାରି ହୋଇଯିବ । ସମୟ ସୀମାକୁ ଧ୍ୟାନରେ ରଖି ପ୍ରସ୍ତୁତି ଜାରି ରହିଛି । ଯାହାଦ୍ୱାରା ମହିଳା ମାନେ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ ।

ସୁପ୍ରିମକୋର୍ଟକୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ସରକାର ଏହାକୁ ନେଇ ପ୍ରତିବଦ୍ଧ ରହିଛନ୍ତି । ମହିଳା ଆଶାୟୀ ପ୍ରାର୍ଥୀଙ୍କୁ ଏନଡିଏରେ ଏଣ୍ଟ୍ରି କରାଇବାକୁ ସରକାର ପ୍ରସ୍ତୁତି ଜାରି ରଖିଛନ୍ତି । ଏନଡିଏ ପରୀକ୍ଷା ବର୍ଷରେ ଦୁଇଥର ଆୟୋଜିତ ହୋଇଥାଏ । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ସରକାର ମେ ୨୦୨୨ରେ ୟୁପିଏସସି ଦ୍ୱାରା ଏହାର ନୋଟିଫିକେସନ୍ ଜାରି ହେବା ନେଇ ଜରୁରୀ ବ୍ୟବସ୍ଥା କରିବେ ।

 

Get real time updates directly on you device, subscribe now.