fbpx

ଦୁବାଇରେ କିଙ୍ଗସ୍ ବନାମ ରୟାଲ୍ସ ମୁକାବିଲା; ଟସ ଜିତି ରାହୁଲଙ୍କ ବୋଲିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ଦୁବାଇରେ ଆଇପିଏଲର ୩୨ ତମ ମ୍ୟାଚରେ ପରସ୍ପରର ସମ୍ମୁଖୀନ ହୋଇଛନ୍ତି ପଞ୍ଜାବ କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ । ପଞ୍ଜାବ କିଙ୍ଗସ ଅଧିନାୟକ କେ ଏଲ ରାହୁଲ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଦୁଇ ଭାରତୀୟ ଅଧିନାୟକ କେ ଏଲ୍ ରାହୁଲ ଏବଂ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଉଭୟ ଦଳ ଭଲ ପ୍ରଦର୍ଶନର ଆଶା ରଖିଛନ୍ତି । ଉଭୟ ଦଳ ସମାନ ୬ ପଏଣ୍ଟ ଲେଖାଏଁ ହାସଲ କରିଥିଲେ ହେଁ ରୟାଲ୍ସ ପଏଣ୍ଟ ଟେବଲର ଷଷ୍ଠ ଓ କିଙ୍ଗସ ୭ମ ସ୍ଥାନରେ ରହିଛନ୍ତି । ଉଭୟ ଦଳରେ ଏକାଧିକ ନୂତନ ଖେଳାଳି ସାମିଲ ହୋଇଥିବା ବେଳେ ପଞ୍ଜାବ ଟିମ ଅଧିକ ସନ୍ତୁଳିତ ଜଣା ପଡୁଛି ।

ଏହି ମ୍ୟାଚ ପୂର୍ବରୁ ଇଶାନ ପୋରେଲ, ଏଡେନ ମାର୍କରାମ, ଆଦିଲ ରସିଦ ଏବଂ ଏଭିନ ଲୁଇସଙ୍କୁ ପଦାର୍ପଣ କ୍ୟାପ ମିଳିଥିଲା । ତେବେ ଜୋଫ୍ରା ଆର୍ଚର ଓ ବେନ ଷ୍ଟୋକ୍ସଙ୍କ ଅନୁପସ୍ଥିତିରେ ରାଜସ୍ଥାନ ଅଧିକ ଦୁର୍ବଳ ମନେ ହେଉଛି । ୟୁନିଭର୍ସାଲ ବସ କ୍ରିସ ଗେଲଙ୍କ ଜନ୍ମଦିନରେ ତାଙ୍କଠାରୁ ଏକ ଭଲ ଇନିଂସ ଆଶା କରିବ ପଞ୍ଜାବ କିଙ୍ଗସ ।

Get real time updates directly on you device, subscribe now.