fbpx
BSKY SKY
BSKY SKY

ଅଧିନାୟକ ପଦରୁ ଇସ୍ତଫା ମହିଳା କ୍ରିକେଟର୍ ; ‌ବିଶ୍ୱକପ୍ ହାରିବା ପରେ ନେଲେ ନିଷ୍ପତ୍ତି

BSKY

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଆଇସିସି ମହିଳା ଟି-୨୦ ବିଶ୍ୱକପ ୨୦୨୩ ରେ ପାକିସ୍ତାନ ଦଳର ଅବସ୍ଥା ଅତ୍ୟନ୍ତ ଖରାପ ଥିଲା। ଦଳ ଗ୍ରୁପ୍ ପର‌୍ୟ୍ୟାୟରେ ଏହାର ୪ ଟି ମ୍ୟାଚ୍ ମଧ୍ୟରୁ ତିନୋଟି ହାରି ଯାଇଥିବାରୁ ସେମିଫାଇନାଲରେ ପ୍ରବେଶ କରିପାରି ନାହାଁନ୍ତି । ଭାରତୀୟ ଦଳ ଠାରୁ ମଧ୍ୟ ପାକିସ୍ତାନକୁ ପରାଜୟ ସ୍ୱୀକାର କରିବାକୁ ପଡିଥିଲା ।

ମହିଳା ଟି -୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ପାକିସ୍ତାନ ମହିଳା ଦଳର ଅଧିନାୟକ ବିସ୍ମାହ ମାରୋଫ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ୬ ବର୍ଷ ଧରି ଦଳର ଅଧିନାୟକ ପଦବୀରେ ରହିଥିଲେ । କିନ୍ତୁ ବିଶ୍ୱକପରେ ଖରାପ ପ୍ରଦର୍ଶନ ପାଇଁ ସମ୍ପୂର୍ଣ୍ଣଭାବେ ସେ ନିଜକୁ ଦାୟୀ କରିଥିଲେ ।

 

ଅଧିନାୟକ ଭାବରେ ବିସ୍ମାହଙ୍କର ଶେଷ ଟୁର୍ନାମେଣ୍ଟ ଦକ୍ଷିଣ ଆଫ୍ରିକାରେ ଆଇସିସି ମହିଳା ଟି -୨୦ ବିଶ୍ୱକପ ଥିଲା । ଯେଉଁଥିରେ ଦଳ ସେମିଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇ ଚାରିଟି ଗ୍ରୁପ୍ ମ୍ୟାଚ୍ ମଧ୍ୟରୁ ତିନୋଟି ହାରିଥିଲା।

୩୧ ବର୍ଷୀୟ ବିସ୍‌ମାହ ଏପର‌୍ୟ୍ୟନ୍ତ ମହିଳା ଦଳ ସହିତ ୧୨୪ ଟି ଦିନିକିଆ ଏବଂ ୧୩୨ ଟି -୨୦ ଅନ୍ତର୍ଜାତୀୟ ଖେଳିଛନ୍ତି । ସେଥିମଧ୍ୟରୁ ସେ ୩୪ ଟି ଦିନିକିଆ ଏବଂ ୬୨ ଟି -୨୦ ଅନ୍ତର୍ଜାତୀୟ ଦଳର ନେତୃତ୍ୱ ନେଇଛନ୍ତି।

ସେପ୍ଟେମ୍ବର ୨୦୧୭ ରେ ବିସ୍ମାହଙ୍କୁ ସମସ୍ତ ପାକିସ୍ତାନର ମହିଳା ଦଳର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତି ଦିଆଯିବ ସେନେଇ ପିସିବି ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ ।

Get real time updates directly on you device, subscribe now.