fbpx

ଦେଶୀ ବୋମା ଖାଇ ଗର୍ଭବତୀ ଗାଈର ମୃତ୍ୟୁ: ବାରହା ଶିକାର ପାଇଁ ବିଛାଯାଇଥିଲା ଜାଲ

ଗଞ୍ଜାମ: ସାମନ୍ତିଆପଲ୍ଲୀ ଚୁଡିଆଲାଞ୍ଜି ନୃସିଂହନାଥ ମନ୍ଦିର ନିକଟରେ ଏକ ଅଘଟଣ ଘଟିଯାଇଛି । ବାରହା ଶିକାର କରିବା ପାଇଁ ରଖାଯାଇଥିବା ଏକ ଦେଶୀ ବୋମାକୁ ଚୋବାଇ ଖାଇ ଦେଇଥିଲା ଚରୁଥିବା ଗାଈ । ଏହାପରେ ଚିକିତ୍ସା ସମୟରେ ଗାଈଟିର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି । ତେବେ ପୋଖରୀ ନିକଟରେ ଥିବା ଏହି ବୋମାକୁ ଖାଇ ଗାଈଟି ପ୍ରାଣ ହରାଇଛି ।

ସୂଚନା ଅନୁସାରେ, ନିକଟସ୍ଥ ଜୟନ୍ତୀପୁର ଗ୍ରାମବାସୀ ସାନିଲା ପାଣ୍ଡୁ ସକାଳେ ଗାଈ ଗୋଠ ଧରି ପୋଖରୀ ପାଖରେ ଚରାଉଥିଲେ । ତେବେ କିଛି ଗାଈ ପାଣି ପିଇବା ପାଇଁ ପୋଖରୀ ଭିତରକୁ ଚାଲିଯାଇଥିଲେ । ତେବେ ଏଠାରେ ରଖାଯାଇଥିବା ଏକ ବୋମାକୁ ଖାଇ ଦେଇଥିଲା ଗୋଟିଏ ଗର୍ଭବତୀ ଗାଈ । ପରେ ଏହା ବିସ୍ଫୋରଣ ହେବାରୁ ଗାଈରୁ ମୁହଁରେ ଏବଂ ମୁଣ୍ଡରେ ଗଭୀର କ୍ଷତ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଖବର ପାଇ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ଡାକ୍ତରୀ ଟିମର ଶତ ଚେଷ୍ଟା ପରେ ମଧ୍ୟ ଗାଈକୁ କିମ୍ବା ଗର୍ଭରେ ଥିବା ଶିଶକୁ ରକ୍ଷା କରାଯାଇ ପାରିଲା ନାହିଁ । ଉଭୟଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି ।

ତେବେ ଦୀର୍ଘ ବର୍ଷରୁ ଏଠାରେ ବାରହା ଶିକାର ଚାଲୁ ରହିଛି । ତେଣୁ ବାରହାଙ୍କ ଗତିବିଧିକୁ ନଜରରେ ରକି କେହି ଶିକାର କରିବା ଉଦ୍ଦେଶ୍ୟରେ ଦେଶୀ ବୋମା ବିଛାଇଥିବା ଅନୁମାନ କରାଯାଉଛି । ତେବେ ଅନ୍ୟର ଭୁଲ ପାଇଁ ନିରୀହ ଗାଈ ଏବଂ ଜନ୍ମ ପୂର୍ବରୁ ଶାବକଟିଏ ମଧ୍ୟ ପ୍ରାଣ ହରାଇଛନ୍ତି । ସେଥିପାଇଁ ଗରୀବ ଗୋପାଳକଙ୍କୁ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି ।

Get real time updates directly on you device, subscribe now.