fbpx

ମୁଫତିଙ୍କ ବଡ ବୟାନ: ଧାରା ୩୭୦ ଲାଗୁ ନହେଲେ ଲଢିବେନି ନିର୍ବାଚନ

ନୂଆଦିଲ୍ଳୀ (ଓଡ଼ିଶା ଭାସ୍କର): ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଜମ୍ମୁ କଶ୍ମୀରରେ ସାଧାରଣ ନିର୍ବାଚନକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଧାରା ୩୭୦ ଏବଂ ୩୫(ଏ) ପୁନର୍ବାର ଲାଗୁ କରାନଗଲେ ସେ ନିର୍ବାଚନ ଲଢିବେ ନାହିଁ ବୋଲି ମେହବୁବା ଘୋଷଣା କରିଛନ୍ତି । ୫ ଅଗଷ୍ଟ ୨୦୧୯ରେ ଅଣସାମ୍ବିଧାନିକ ପ୍ରକ୍ରିୟାରେ ଧାରା ୩୭୦ ଏବଂ ୩୫(ଏ) ଉଚ୍ଛେଦ କରାଯାଇଛି । ଏହି ଆଇନକୁ ପୁନଃଅବସ୍ଥାପିତ କରାନଯିବା ପର୍ଯ୍ୟନ୍ତ ସେ ନିର୍ବାଚନ ଲଢିବେ ନାହିଁ ବୋଲି ରାଜଦୀପ ସରଦେଶାଇଙ୍କୁ ସାକ୍ଷାତକାର ଅବସରରେ ପ୍ରକାଶ କରିଛନ୍ତି ମୁଫତି । ଜମ୍ମୁ କଶ୍ମୀରରେ ଏହି ଦୁଇ ଆଇନକୁ ପୁନର୍ବାର ଗୁପକାର ମେଣ୍ଟ ଏହାର ଲଢେଇ ଜାରି ରଖିବ ବୋଲି ମୁଫତି କହିଛନ୍ତି । ଭାରତୀୟ ସମ୍ବିଧାନ ଉକ୍ତ ଦୁଇ ଅଧିକାର ଆମକୁ ପ୍ରଦାନ କରିଥିଲେ । ତେଣୁ ଉକ୍ତ ଅଧିକାର ହାସଲ ପାଇଁ ଗୁପକାର ମେଣ୍ଟ ଏହାର ସଂଘର୍ଷ ଜାରି ରଖିବ ।
ନିକଟରେ ଗୁପକାର ମେଣ୍ଟର ୧୪ ଜଣ ନେତାଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ବୈଠକ କରିଥିଲେ । ଜମ୍ମୁ କାଶ୍ମୀରର ସୀମା ପୁନଃ ନିର୍ଦ୍ଧାରଣ ପରେ ନିର୍ବାଚନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ତେବେ ଉକ୍ତ ବୈଠକରେ ମଧ୍ୟ ଧାରା ୩୭୦କୁ ପୁନଃଅବସ୍ଥାପିତ କରିବା ପାଇଁ ମୁଫତି ଦାବି କରିଥିଲେ ।

Get real time updates directly on you device, subscribe now.