fbpx

ଉଦ୍ଧାରପରେ ଶ୍ରମିକମାନଙ୍କୁ ଏପରି କରାଗଲା ସ୍ୱାଗତ: ଫଟୋ ଭାଇରାଲ

ନୂଆଦିଲ୍ଲୀ: ଦୀର୍ଘ ୧୭ ଦିନର ଅକ୍ଳାନ୍ତ ପରିଶ୍ରମ ଏବଂ ଧୈର୍ଯ୍ୟ ପରେ ଶେଷରେ ମିଳିଛି ସଫଳତା । ଉତ୍ତରକାଶୀ ଟନେଲରେ ଫସିଥିବା ସମସ୍ତ ଶ୍ରମିକଙ୍କୁ ଶେଷରେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ଉଦ୍ଧାରକାରୀ ଦଳ ।

ତେବେ ସୁଡ଼ଙ୍ଗରୁ ବାହାରିବା ପରେ ସେଠାରେ ସୃଷ୍ଟି ହୋଇଛି ଏକ ଭାବବିହ୍ୱଳ ପରିସ୍ଥିତି । ଏତେ ଦିନ ପରେ ବାହାରକୁ ବାହାରିଥିବା ଶ୍ରମିକମାନଙ୍କର ଫଟୋ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତେବେ ସେମାନେ ବାହାରକୁ ଆସିବା ପରେ ସେମାନଙ୍କୁ ଫୁଲମାଳ ଏବଂ ଚଦର ଦେଇ ତାଳି ସହିତ ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସେଠାରେ ଉପସ୍ଥିତ ରହି ନିଜେ ସେମାନଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କରିଥିଲେ । ଘଟଣାସ୍ଥଳରେ ଶ୍ରମିକମାନଙ୍କ ପରିବାର ଲୋକେ ମଧ୍ୟ ଉପସ୍ଥିତ ଥଲେ ।

राहत बचाव में लगे टनल एक्सपर्ट्स, इंजीनियर्स और बचावदल ने हर मुमकिन कोशिश को अंजाम दिया।

ତେବେ ଧୈର୍ଯ୍ୟ ସହକାରେ ଏହି ମିଶନକୁ ତୁଲାଇଥିବାରୁ ସାରା ଦେଶ ନଜରରେ ଏବେ ହିରୋ ପାଲଟିଛନ୍ତି NDRF ଏବଂ ଉଦ୍ଧାରକାରୀ ଦଳ । ସେମାନଙ୍କ ପାଇଁ ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ନିତୀନ ଗଡ଼କରୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବିରୋଧୀ ଦଳର ପ୍ରମୁଖ ନେତାମାନେ ମଧ୍ୟ ସେମାନଙ୍କୁ ନିଜର ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.