fbpx

କମ୍ପ୍ୟୁଟର ଆଗରେ ଦୀର୍ଘ ସମୟ ଧରି କାର୍ଯ୍ୟ କରନ୍ତୁ ନାହିଁ, ହୋଇପାରନ୍ତି ଏହିସବୁ ରୋଗର ଶିକାର

ଯଦି ଆପଣ କମ୍ପ୍ୟୁଟର ଆଗରେ ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି, ତେବେ ଆପଣ ଅନେକ ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ଗୋଟିଏ ସ୍ଥାନରେ ବସି ରହି କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥାଏ । ଏହା ଅଭ୍ୟାସ ଦ୍ୱାରା ଆପଣ ରକ୍ତଚାପ, ମେଦବହୁଳତା, ମଧୁମେହ ଆଦି ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ତେଣୁ ବେଳହୁଁ ଆପଣ ସାବଧାନ ହୋଇଯାଆନ୍ତୁ, ନଚେତ୍ ଭବିଷ୍ୟତରେ ଅସୁବିଧାରେ ପଡ଼ିବେ ।

– ଯଦି ଆପଣ ଗୋଟିଏ ଚୌକିରେ ଅଧିକ ସମୟ ବସି କାମ କରୁଛନ୍ତି ତେବେ ତାହା ଦ୍ୱାରା ଆପଣଙ୍କ ବେକ ଓ ଅଣ୍ଟା ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଏଥିପାଇଁ ଆପଣ ଉଚ୍ଚ ଟେବୁଲ ବ୍ୟବହାର କରିବା ଦରକାର ।

– ଅଫିସ ହେଉ ବା ଘର କାର୍ଯ୍ୟ କରିବା ସମୟରେ କିଛି ସମୟ ବ୍ୟବଧାନରେ ବିରତି ନେବାକୁ ଜମାରୁ ଭୁଲନ୍ତୁ ନାହିଁ । ପ୍ରତି ଘଣ୍ଟାଏ ସମୟ ବ୍ୟବଧାନରେ କିଛି ସମୟ ପାଇଁ ଚାଲିବା ଅଭ୍ୟାସ କରନ୍ତୁ ।

– କାମ କରିବା ସମୟରେ ଆପଣଙ୍କ ବସିବାର ସ୍ଥିତି ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ଏଥିସହ ବସିବା ସମୟରେ ଆପଣ ମେରୁଦଣ୍ଡକୁ ସିଧା କରି ବସିବା ଉଚିତ ।

– ଅଧିକ ସମୟ ପର୍ଯ୍ୟନ୍ତ କମ୍ପ୍ୟୁଟର ସାମ୍ନାରେ ବସିବା ଫଳରେ ଏହା ଆପଣଙ୍କର ଆଖି ଉପରେ ପ୍ରଭାବ ପକାଇଥାଏ । ତେଣୁ କାର୍ଯ୍ୟ କରିବା ସମୟରେ ଆପଣ କମ୍ପ୍ୟୁଟର ଠାରୁ ଉପଯୁକ୍ତ ଦୂରତା ବଜାୟ ରଖି କାର୍ଯ୍ୟ କରନ୍ତୁ । ଏଥିସହିତ ଚକ୍ଷୁ ଡାକ୍ତରଙ୍କ ସହ ପରାମର୍ଶ କରି ଚଷମା ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ ।

Get real time updates directly on you device, subscribe now.