ନୂଆଦିଲ୍ଲୀ: ହ୍ୟୁମାନ ଇମୋନୋଡେଫିସିଏନ୍ସି ଭାଇରସ(HIV) ଏକ ଗମ୍ଭୀର ସଂକ୍ରାମକ ରୋଗ, ଯାହା କି ଆକ୍ବାଏଡ୍ ଇମ୍ୟୁନୋଡେଫିସିଏନ୍ସି ସିଣ୍ଡ୍ରୋମ (ଏଡସ୍) ସୃଷ୍ଟି କରେ । ଏହି ଦିନ ବିଶ୍ବର ଏଚ୍.ଆଇ.ଭି ପୀଡିତ ତଥା ପ୍ରଭାବିତ ଲୋକଙ୍କୁ ସହାୟତା କରିବା ଏବଂ ରୋଗରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଏକଜୁଟ ହେବା ପାଇଁ ଉତ୍ସର୍ଗୀକୃତ । ବିଶ୍ବ ସ୍ତରରେ ପ୍ରତିବର୍ଷ ଲକ୍ଷଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ । ପରିସଂଖ୍ୟାନ ଅନୁଯାୟୀ, 2023 ମସିହାରେ, ବିଶ୍ବସ୍ତରରେ ଏଚ୍.ଆଇ.ଭି ରୋଗ ହେତୁ ପ୍ରାୟ 6.30 ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା। 2004 ବର୍ଷ ତୁଳନାରେ ଏହା ନିଶ୍ଚିତ ଭାବରେ 69 ପ୍ରତିଶତ କମ୍, 21 ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା।
ବିଶ୍ୱ ଏଡସ୍ ମହାମାରୀ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ପ୍ରତିରୋଧ ବିଷୟରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଡିସେମ୍ବର 1 ରେ ବିଶ୍ୱ ଏଡସ୍ ଦିବସ ପାଳନ କରାଯାଏ । ସୂଚନାଯୋଗ୍ୟ ଯେ 2030 ସୁଦ୍ଧା ଜନସ୍ୱାସ୍ଥ୍ୟ ପ୍ରତି ବିପଦ ଭାବରେ ଏଡସକୁ ଦୂର କରିବା ଲକ୍ଷ୍ୟରେ ମିଳିତ ଜାତିସଂଘ କାର୍ଯ୍ୟ କରୁଛି ।
ଏଡସ ରୋଗର ସାଧାରଣ ଲକ୍ଷଣ ମଧ୍ୟରେ ନିମୋନିଆ ହେବା, ଓଜନ ହ୍ରାସ ହେବା, କାଶ ଲାଗି ରହିବା, ସର୍ବଦା କ୍ଲାନ୍ତ ଅନୁଭବ କରିବା, ଝାଡା ଲାଗି ରହିବା, ଝାଳ ବାହାରିବା, ସ୍ନାୟୁଗତ ସମସ୍ୟା ଦେଖାଯିବା, ଜିଭର ରଙ୍ଗରେ ପରିବର୍ତ୍ତନ ହେବା ଏବଂ ଚର୍ମରେ ସମସ୍ୟା ଦେଖାଯିବା ଭଳି ପ୍ରାରମ୍ଭିକ ଲକ୍ଷଣ ଦେଖାଯାଇଥାଏ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଘ୍ତ ମତରେ ଏହାକୁ ଅଣଦେଖ କରିବା ଉଚିତ ନୁହେଁ । ଏଭଳି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି କୁହାଯାଇଛି । ନିକଟ ଅତୀତରେ, ଅନେକ ପ୍ରଭାବଶାଳୀ ଔଷଧ ଏଚ୍.ଆଇ.ଭି ରୋକିବା ଏବଂ ଚିକିତ୍ସା ପାଇଁ ଆଲୋଚନା ହୋଇଆସୁଛି । ଲେନେକାପାବିର ନାମକ ଏକ ଔଷଧର ପ୍ରାରମ୍ଭିକ ପରୀକ୍ଷଣରୁ ଜଣାପଡିଛି ଯେ ଏଚ୍ଆଇଭି ସଂକ୍ରମଣକୁ ରୋକିବାରେ ଏହା ଶତପ୍ରତିଶତ ପ୍ରଭାବଶାଳୀ ଅଟେ । ବିଶେଷଜ୍ଞମାନେ ଏହାକୁ ରୋଗ ବିରୋଧରେ ଲଢିବା ପାଇଁ ପ୍ରଶଂସା କରୁଥିଲେ ହେଁ ଏହାର ଦାମ୍ ଚିନ୍ତାର କାରଣ ସାଜିଛି । ଆମେରିକୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଗିଲିୟଡ୍ କେତେକ ଦେଶରେ ଏହି ଔଷଧ ପାଇଁ 40,000 ଡଲାର୍ ଆଦାୟ କରୁଛି।