fbpx

World Archery Championships 2023: ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ, ମହିଳା ଦଳଗତ ଇଭେଣ୍ଟରେ ମେସ୍କିକୋକୁ ହରାଇ ପାଇଲେ ଏହି ସଫଳତା

ନୂଆଦିଲ୍ଲୀ: ଜର୍ମାନୀର ବର୍ଲିନ୍‌ରେ ଅୟୋଜିତ ବିଶ୍ୱ ତୀରନ୍ଦାଜ ଚାମ୍ପିୟନସିପ୍‌ରେ ଇତିହାସ ରଚିଲେ ଭାରତୀୟ ମହିଳା ଟିମ୍। ଟପ୍ ର‌୍ୟାଙ୍କପ୍ରାପ୍ତ ମେସ୍କିକୋକୁ ଫାଇନାଲରେ ହରାଇ ମହିଳା ଦଳଗତ ଇଭେଣ୍ଟରେ ପ୍ରଥମ ଥର ବିଶ୍ୱ ତୀରନ୍ଦାଜ ଚାମ୍ପିୟନସିପ୍‌ରେ ସ୍ୱର୍ଣ୍ଣ ଜିତିଛନ୍ତି ।

ଶୁକ୍ରବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଇଟାଲିଆନ କୋଚ୍ (ସରଜିଓ ପେଗନୀ-ଦୁଇ ଥର ବିଶ୍ୱ ସ୍ୱର୍ଣ୍ଣ ପଦକ ବୀଜେତା)ଙ୍କ ନେତୃତ୍ୱରେ ଭି. ଜ୍ୟୋତି ସୁରେଖା, ଆଦିତୀ ସ୍ୱାମୀ ଏବଂ ପରନୀତ କୌରଙ୍କୁ ନେଇ ଗଠିତ ଟିମ୍ ପଦକ ବିଜୟୀ ପ୍ରଦର୍ଶନ କରିଥିଲେ। ସମସ୍ତ ଚାରି ରାଉଣ୍ଡରେ ଭାରତୀୟ ଦଳ ଆଗରେ ରହି (୫୯-୫୭, ୫୯-୫୮, ୫୯-୫୭, ୫୮-୫୭) ଟାଇଟଲ ନିଶ୍ଚିତ କରିଥିଲେ ।

ଓପନିଂ ଟାଇରେ ଦୁଇ ପଏଣ୍ଟ ଅଗ୍ରଣୀ ନେବା ପରେ ଭାରତୀୟ ଖେଳାଳୀମାନେ ଏହିଧାରା ବଜାୟ ରଖିଥିଲେ ଏବଂ ଧୀରେ ଧୀରେ ଏହାକୁ ପାଞ୍ଚ ପଏଣ୍ଟ୍ର କରିବା ସହିତ ଫାଇନାଲ ଶେଷରେ ଏହାକୁ ୬ ପଏଣ୍ଟରେ ପରିବର୍ତ୍ତନ କରି ବିଜୟ ହାସଲ କରିଥିଲେ ।

Get real time updates directly on you device, subscribe now.