fbpx

World Asthma Dayରେ ଜାଣନ୍ତୁ ଆସ୍ଥମା ରୋଗ କ’ଣ, ଏହାର ଲକ୍ଷଣ ଏବଂ ବର୍ତ୍ତିବାର ଉପାୟ

ଦୁନିଆରେ ମେ’ ମାସର ପ୍ରଥମ ମଙ୍ଗଳବାରରେ ବିଶ୍ୱ ଆସ୍ଥମା ଦିବସ ପାଳନ କରାଯାଏ । ଚଳିତ ବର୍ଷ ‘ବିଶ୍ୱ ଆସ୍ଥମା ଦିବସ’ ୨ ତାରିଖ ଅର୍ଥାତ ଆଜି ପାଳନ କରାଯିବ । ଲୋକମାନଙ୍କୁ ଶ୍ୱାସରୋଗରୁ ବଞ୍ଚାଇବା ଓ ଏହା ବିଷୟରେ ସଚେତନ କରାଇବା ପାଇଁ ଏହି ବିଶେଷ ଦିବସ ପାଳନ କରାଯାଏ । ଏହି ଖାସ ଅବସରରେ ଆସ୍ଥମା ରୋଗ କ’ଣ, ଏହାର ଲକ୍ଷଣ ଏବଂ ବର୍ତ୍ତିବାର ଉପାୟ ଆସନ୍ତୁ ଜାଣିବା …

ଆସ୍ଥମା ରୋଗ କ’ଣ-
ଏହି ରୋଗ ଫୁସଫୁସ୍ ଉପରେ ପ୍ରଭାବ ପକାଇ ଶ୍ୱାସ କ୍ରିୟା କୁ ପ୍ରଭାବିତ କରିଥାଏ । ବିଶେଷଜ୍ଞ ଙ୍କ ସୂଚନା ଅନୁସାରେ ଯେଉଁ ଲୋକମାନେ ଆସ୍ଥମା କାରଣରୁ ଅସୁବିଧା ରେ ପଡ଼ୁଛନ୍ତି ସେମାନେ ନିଜର ଜୀବନ ଶୈଳୀ କୁ ପରିବର୍ତ୍ତନ କରିବା ଆବଶ୍ୟକ । ବାସ୍ତବରେ, ଶ୍ୱାସରୋଗ ଯୋଗୁଁ ବାୟୁପଥରେ ଫୁଲିଯିବା କାରଣରୁ ବାୟୁ ପଥ ସଂକୀର୍ଣ୍ଣ ହୁଏ । ଶ୍ୱାସକ୍ରିୟାରେ ସଂକୋଚନ ହେତୁ ନିଃଶ୍ୱାସ ନେବାରେ ଅସୁବିଧା, ନିଶ୍ୱାସ ନେବା ସମୟରେ ଶବ୍ଦ, ଛାତି ଟାଣି ହେବା , କାଶ ଲକ୍ଷଣ ଦେଖାଯାଏ । ଯଦି ପୀଡିତା ଠିକ୍ ସମୟରେ ଆସ୍ଥମା ପାଇଁ ଉପଯୁକ୍ତ ଚିକିତ୍ସା ନ ପାଆନ୍ତି, ତେବେ ପରିସ୍ଥିତି ଅତ୍ୟନ୍ତ ଗୁରୁତର ହୋଇପାରେ ।

ଆସ୍ଥମାର ଲକ୍ଷଣ-
– କଫ ଯୁକ୍ତ କାଶ କିମ୍ବା ଶୁଖିଲା କାଶ
– ଛାତିରେ କିଛି ଅଟକିଲା ଭଳି ଅନୁଭବ ହେବା
– ଶ୍ୱାସ କ୍ରିୟା ରେ କଷ୍ଟ ଅନୁଭବ କରିବା
– ପ୍ରଶ୍ୱାସ ନେବା ସମୟରେ ଘଡଘଡ ଶବ୍ଦ ହେବା
– ଥଣ୍ଡା ପବନ ରେ ପ୍ରଶ୍ୱାସ ନେବା ସମୟରେ କଷ୍ଟ ଅନୁଭବ କରିବା

ଆସ୍ଥମାର କାରଣ-
ଆଜିକାଲି ବଢୁଥିବା ପ୍ରଦୂଷଣ ଆସ୍ଥମାର ବଡ କାରଣ ଅଟେ । ବାହନ ମାନଙ୍କ ନିକଟରୁ ବାହାରୁଥିବା ପ୍ରଦୂଷିତ ଧୂଆଁ ଛଡା ଆସ୍ଥମା ପଛରେ ସର୍ଦ୍ଦି , ଫ୍ଲୁ , ଧୁମ୍ରପାନ , ଜଳବାୟୁ ରେ ପରିବର୍ତ୍ତନ , ଏଲାର୍ଜୀ ଯୁକ୍ତ ଖାଦ୍ୟ , ଔଷଧ ଓ ମଦ୍ୟ ପାନ ଅଧିକ ମାତ୍ରାରେ କରିବା ।

ଆସ୍ଥମାରୁ ବର୍ତ୍ତିବାର ଉପାୟ :-
– ପ୍ରଦୂଷଣ ରୁ ରକ୍ଷା ପାଇବା ପାଇଁ ଘରୁ ବାହାରକୁ ଯିବା ସମୟରେ ମୁହଁ ରେ ମସ୍କ ଲଗାଇବା ।
– ବର୍ଷା ଋତୁରେ ଆର୍ଦ୍ରତା ବଢିବା କାରଣରୁ ଆସ୍ଥମା ବାହାରିବାର ଅଧିକ ସମ୍ଭାବନା ରହିଥାଏ , ଯେଉଁ କାରଣରୁ ଆପଣ ଧ୍ୟାନ ରଖିବା ଜରୁରୀ ।
– ପ୍ରତିଦିନ ବ୍ୟାୟାମ କରି ଆସ୍ଥମା କୁ ନିୟନ୍ତ୍ରିତ ରଖି ପାରିବେ ।
– ଆସ୍ଥମା ରୋଗୀ ମାନେ ନିଜ ଖାଦ୍ୟ ରେ ସବୁଜ ପନିପରିବା ସହିତ ଭିଟାମିନ ଏ, ସି ଓ ଇ ଯୁକ୍ତ ଭୋଜନ ସାମିଲ କରିବା ଉଚିତ୍ ।
– ଆସ୍ଥମା ରୋଗୀ ମାନଙ୍କୁ ଥଣ୍ଡା ଜିନିଷ , ପ୍ରୋଟିନ ଯୁକ୍ତ ଖାଦ୍ୟ, ଅଣ୍ଡା, ମାଛ, କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ କମ ଖାଇବା ଉଚିତ୍ ।

Get real time updates directly on you device, subscribe now.