fbpx
BSKY SKY
BSKY SKY

ବିଶ୍ୱ ଚକଲେଟ୍ ଦିବସ: ଜାଣନ୍ତୁ ଏହାର ଚମତ୍କାରୀ ଫାଇଦା

BSKY

ପ୍ରତିବର୍ଷ ଜୁଲାଇ ୭ରେ ବିଶ୍ୱ ଚକଲେଟ୍ ଦିବସ ପାଳନ କରାଯାଏ । ପ୍ରଥମଥର ପାଇଁ ୨୦୦୯ ମସିହାରେ ଏହାର ପାଳନ କରାଯାଇଥିଲା । ଏହି ଦିନ ଲୋକମାନେ ନିଜ ସାଙ୍ଗ ଓ ସମ୍ପର୍କୀୟମାନଙ୍କୁ ଚକଲେଟ୍ ଓ ଉପହାର ଦେଇଥାନ୍ତି । କିନ୍ତୁ ଓଜନ ବଢ଼ିବା ଡ଼ରରେ ଅନେକ ଚକଲେଟ୍ ଖାଇବାକୁ ନାପସନ୍ଦ କରିଥାନ୍ତି । କିନ୍ତୁ ଏହା ଶରୀର ପାଇଁ କେତେ ଯେ ଲାଭଦାୟକ ସମସ୍ତଙ୍କୁ ଜଣାନଥାଏ । ଚକଲେଟରେ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ, ଯାହା ଶରୀର ପାଇଁ ଲାଭଦାୟକ ଅଟେ । ତେବେ ଆସନ୍ତୁ ଜାଣିବା ଏହାର କିଛି ଫାଇଦା ବିଷୟରେ…

ଡିପ୍ରେସନ୍ ଦୂର କରେ: ଚକଲେଟ ଖାଇବା ଦ୍ୱାରା ଡିପ୍ରେସନ ଦୂର ହୋଇଥାଏ । କୋକୋ ମଞ୍ଜିରୁ ତିଆରି ହେଉଥିବା ଚକଲେଟରେ ଆଣ୍ଟି-ଅକ୍ସିଡେଣ୍ଟ ମାତ୍ରାଧିକ ପରିମାଣରେ ରହିଥାଏ, ଯାହାକି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ । କୁହାଯାଏ ଯେ, ଡାର୍କ ଚକଲେଟ ଖାଇବା ଦ୍ୱାରା ହାଇ ବ୍ଲଡ ପ୍ରେସର ନିୟନ୍ତ୍ରଣରେ ରହିଥାଏ ।

ମୋଟାପଣ ଦୂର କରେ: ଚକଲେଟ ଅଧିକ ଖାଇବା ଦ୍ୱାରା ମୋଟାପଣର ସମସ୍ୟା ସୃଷ୍ଟି ହୋଇଥାଏ । ଆମେରିକାର ଏକ ଗବେଷଣା କେନ୍ଦ୍ରର ସୂଚନା ମୁତାବିକ ଚକଲେଟରେ ଥିବା ଫ୍ଲେବୋନାଲ ନ୍ୟୁଟ୍ରିଏସ୍ ରକ୍ତ ସର୍କରା ମାତ୍ରକୁ କମ୍ କରିବା ସହ ମୋଟାପଣ ଦୂର କରେ ।

ସୁନ୍ଦର ସ୍କିନ ଓ କେଶ ଝଡିବା କମ୍: ଚକଲେଟ ଖାଇବା ଦ୍ୱାରା ଆପଣଙ୍କ ତ୍ୱଚା ସୁନ୍ଦର ଓ ସୁସ୍ଥ ରହିଥାଏ । କାହିଁକି ନା, ଚକଲେଟ ପ୍ରସ୍ତୁତ କରିବାରେ କୋକୋ ପାଉଡ଼ର, କ୍ଷୀର ଓ ସୁଗାର ବ୍ୟବହାର କରାଯାଏ । ଏହି କାରଣରୁ ଆପଣଙ୍କ ତ୍ୱଚା ନରମ ହୋଇଥାଏ । ଏହା ବ୍ୟତିତ ଚକଲେଟ ଖାଇବା ଦ୍ୱାରା କେଶ ଝଡ଼ିବା କମ୍ ହୋଇଥାଏ ।

ଭୋକ ଉପରେ ନିୟନ୍ତ୍ରଣ: ନେଦରଲ୍ୟାଣ୍ଡର ୨୦୧୦ରେ ହୋଇଥିବା ଏକ ଅଧ୍ୟୟନ ମୁତାବିକ, ମିଠା ଖାଇବା ଦ୍ୱାରା ଶରୀରରେ ଇନସୁଲିନ୍ ପ୍ରତିରୋଧ ହ୍ରାସ ପାଇଥାଏ । ଯାହା ଫଳରେ ଶରୀରରେ ଗ୍ରିଲିନ୍ ନାମକ ଏକ ହରମୋନର ସ୍ତର ବଢିଯାଏ । ଏହି କାରଣରୁ ଅଧିକ ଭୋକ ଅନୁଭବ ହୁଏ ନାହିଁ ।

ଦୂର କରେ ହୃଦଘାତ ଜନିତ ରୋଗ: ବିଭିନ୍ନ ଅଧ୍ୟୟନରୁ ଜଣାପଡିଛି ଯେ, ଚକଲେଟ ଖାଇବା ଦ୍ୱାରା ହୃଦଘାତ ଜନିତ ରୋଗର ଆଶଙ୍କା କମ୍ ଥାଏ । ଚକଲେଟ ଖାଉଥିବା ଲୋକଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖିବାକୁ ମିଳେନାହିଁ ।

Get real time updates directly on you device, subscribe now.