fbpx

ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୬ ଲକ୍ଷ ଟପିଲା

ସାରା ବିଶ୍ୱ ଏବେ କରୋନାର କବଜାରେ। ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୬ ଲକ୍ଷ ୪୨ ହଜାର ୬୧୭କୁ ବୃଦ୍ଧି ପାଇଛି। କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫୯ ଲକ୍ଷ ୩୮ ହଜାର ୪୧୨କୁ ବୃଦ୍ଧି ପାଇଛି । ଏହା ସହ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୯୭ ଲକ୍ଷ ୨୨ ହଜାର ୯୪୧ କରୋନା ଆକ୍ରାନ୍ତ। ତେବେ ଆମେରିକାରେ ସର୍ବାଧିକ ୧ ଲକ୍ଷ ୪୮ ହଜାର ୪୯୦ ଜଣଙ୍କ ମୃତ୍ୟୁ ହୋଇଛି।

ସେହିପରି ବ୍ରାଜିଲରେ ୮୫ ହଜାର ୩୮୫, UKରେ ୪୫ ହଜାର ୬୭୭ ଜଣଙ୍କ ମୃତ୍ୟୁ,ଇଟାଲୀରେ ୩୫ ହଜାର ୦୯୭, ସ୍ପେନ୍‌ରେ ୨୮ ହଜାର ୪୩୨ ଜଣଙ୍କ ମୃତ୍ୟୁ,ଫ୍ରାନ୍ସରେ ୩୦ ହଜାର ୧୯୨, ଇରାନ୍‌ରେ ୧୫ ହଜାର ୨୮୯ ଜଣଙ୍କ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.