ଆରମ୍ଭ ହେଲା କ୍ରିକେଟ ମହାଯୁଦ୍ଧ: BCCIର ବଡ଼ ଘୋଷଣା, ମାଗଣା ଜିନିଷ ପାଇବେ ବିଶ୍ୱକପ ଦେଖୁଥିବା ସମସ୍ତ ଦର୍ଶକ

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ଭାରତରେ ଅନୁଷ୍ଠିତ ହେଉଛି । ଏହା ମଧ୍ୟରେ ବିଶ୍ୱକପର ମହାଯୁଦ୍ଧର ଉଦଘାଟନୀ ମ୍ୟାଚ ଆରମ୍ଭ ହୋଇଯାଇଛି । ଡିପେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଓ ରନର୍ସ ଅପ୍ ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚ ପାଇଁ ପଡ଼ିଆକୁ ଓହ୍ଲାଇଛନ୍ତି । ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । କ୍ରିକେଟ ଜଗତର ଏହି ମହାଲଢ଼େଇକୁ ଦେଖିବାକୁ ସାରା ବିଶ୍ୱର କ୍ରିକେଟପ୍ରେମୀମାନେ ଉତ୍ସିକତାର ସହିତ ଚାହିଁ ରହିଛନ୍ତି ।

ଚଳିତ କ୍ରିକେଟ ମହାକୁମ୍ଭରେ ୪୬ ଦିନରେ ମୋଟ ୪୮ଟି ମ୍ୟାଚ ଖେଳାଯିବ । ୧୦ଟି ଏଥିରେ ଭାଗ ନେଉଥିବା ବେଳେ ୧୦ଟି କ୍ରିକେଟ ଷ୍ଟାଡିୟମରେ ଏହିସବୁ ମ୍ୟାଚ ଖେଳାଯିବ । ପ୍ରଥମ ଥର ପାଇଁ ଭାରତ ଏକାକୀ ଏହି ବିଶ୍ୱକପର ଆୟୋଜନ କରୁଛି । ଅକ୍ଟୋବର ୫ରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ବିଶ୍ୱକପ ଚାଲିବ । କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ସମସ୍ତ ମ୍ୟାଚ ଭାରତରେ ଖେଳାଯିବ । ଏହାପୂର୍ବରୁ ଭାରତ ୧୯୮୭, ୧୯୯୬ ଓ ୨୦୧୧ରେ ଦିନିକିଆ କ୍ରିକେଟ ବିଶ୍ୱକପର ସଂଯୁକ୍ତ ନେତୃତ୍ୱ ନେଇଥିଲା ।

ତେବେ ଏହା ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ ବଡ଼ ଘୋଷଣା କରିଛି । ଷ୍ଟାଡିୟମରେ ବିଶ୍ୱକପର ମ୍ୟାଚ ଦେଖୁଥିବା ଦେଶର ସମସ୍ତ ଦର୍ଶକଙ୍କୁ ମାଗଣା ମିନେରାଲ ଓ ପ୍ୟାକେଜିଂ ପାନୀୟ ଜଳ ପ୍ରଦାନ କରାଯିବ । ବିସିସିଆଇ ସମ୍ପାଦକ ଜୟ ଶାୟ ଏନେଇ ଟ୍ୱିଟରେ ଏକ ପୋଷ୍ଟ ଶେୟାର କରିଛନ୍ତି । ‘ମୁଁ ଏହା ଗର୍ବର ଶହ ଘୋଷଣା କରୁଛି ଓ ଆପଣମାନେ ଏହି କ୍ରୀଡ଼ାକୁ ଉପଭୋଗ କରନ୍ତୁ’ ବୋଲି ଶ୍ରୀ ଶାହ କହିଛନ୍ତି ।