fbpx

WORLD CUP FINAL: ପଡ଼ିଆକୁ ପଶିଆସିଲେ ପାଲେଷ୍ଟାଇନ ସମର୍ଥକ, ମ୍ୟାଚ ମଝିରେ କୋହଲିଙ୍କୁ ମାଡ଼ିବସିଲେ

Advertisement

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମହାସମର । ଚଳିତ ବିଶ୍ୱକପର ଶେଷ ଦିନରେ ଦେଖିବାକୁ ମିଳିଛି ୨ ଦେଶ ମଧ୍ୟରେ ଦମଦାର ଲଢ଼େଇ । ବର୍ତ୍ତମାନ ସୁଦ୍ଧା ଭାରତ ୪ ଟି ୱିକେଟ ହରାଇ ୧୫୭ ରନ ସଂଗ୍ରହ କରିଛି ।

ତେବେ ମ୍ୟାଚ ଚାଲିଥିବା ବେଳେ ଜଣେ ପାଲେଷ୍ଟାଇନ ସମର୍ଥକ ପଡ଼ିଆ ଭିତରକୁ ହଠାତ ପଶିଆସିବା ସମସ୍ତଙ୍କୁ ଚକିତ କରିଛି । ଯୁବକ ଜଣଙ୍କ ‘ଫ୍ରି ପାଲେଷ୍ଟାଇନ’ ଲେଖାଥିବା ଏକ ଟି ସାର୍ଟ ପିନ୍ଧି ହଠାତ ପଡ଼ିଆ ଭିତରକୁ ପଶି ଆସିଥିଲେ । ଏହା ସହିତ ହାତରେ ଥିଲା ପାଲେଷ୍ଟାଇନ ପତକା । ସେ ଭାରତୀୟ ଖେଳାଳି ବିରାଟ କୋହଲିଙ୍କୁ ଯାଇ କୁଣ୍ଢାଇବାକୁ ଉଦ୍ୟମ ମଧ୍ୟ କରିଥିଲେ । ସୁରକ୍ଷାକର୍ମୀମାନେ ପଡ଼ିଆକୁ ଯାଇ ଯୁବକଙ୍କୁ କାବୁ କରିଥିଲେ ।

ତେବେ ବିଶ୍ୱକପ ଫାଇନାଲ ମ୍ୟାଚରେ ଏଭଳି ବଡ଼ ଧରଣର ତ୍ରୁଟି ହେବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବ୍ୟକ୍ତି ଜଣଙ୍କ ସୁରକ୍ଷା ବଳୟ ଭାଙ୍ଗି ଭିତରକୁ ପଶିଲେ କିପରି ତାହା ମଧ୍ୟ ଜଣା ପଡ଼ିନାହିଁ । ଅନ୍ୟପକ୍ଷରେ ଯୁବକ ଜଣଙ୍କ ଏପରି ବ୍ୟବହାର କରିବା ପଛର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.