fbpx

Watch: ଷ୍ଟ୍ରାଟୋସ୍ପିୟରରେ ଲଞ୍ଚ ହେବା ପରେ ବାହାର ଦୁନିଆକୁ ଚାଲିଗଲା ବିଶ୍ୱକପ ଟ୍ରଫି

ନୂଆଦିଲ୍ଲୀ: ଚଳିତ ବର୍ଷର ଦିନିକିଆ କ୍ରିକେଟ ବିଶ୍ୱକପକୁ ସାରା ବିଶ୍ୱର ଅଗଣିତ କ୍ରୀଡ଼ାପ୍ରେମୀ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି । ତେବେ ଏହା ମଧ୍ୟରେ ଦେଖିବାକୁ ମିଳିଛି ଏକ ଅଭୁଲା ଦୃଶ୍ୟ । ଅର୍ନ୍ତଜାତୀୟ କ୍ରିକେଟ ପରିଷଦ (ଆଇସିସି) ତରଫରୁ ପୁରୁଷ ବିଶ୍ୱକପ ଟ୍ରଫି ଯାତ୍ରା ୨୦୨୩ ଆରମ୍ଭ ହୋଇଛି । ଏହି ଅବସରରେ ବିଶ୍ୱ କପ ଟ୍ରଫିକୁ ପୃଥିବୀ ପୃଷ୍ଠଠାରୁ ୧,୨୦,୦୦୦ ଫୁଟ ଉପରେ ଷ୍ଟ୍ରାଟୋସ୍ପପିୟରରେ ଲଞ୍ଚ କରାଯାଇଛି ।

ଏହି ଆଇକନିକ ବିଶ୍ୱକପ ଟ୍ରଫି ସହିତ ଏକ ବେସପୋକ ଷ୍ଟ୍ରାଟୋସ୍ପିୟରିକ ବେଲୁନକୁ ସଂଲଗ୍ନ କରାଯାଇଥିଲା ଓ ଏହାକୁ ବାହାର ଦୁନିଆକୁ ପଠାଯାଇଥିଲା । ଏହାପରେ ଟ୍ରଫି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ ଅବତରଣ କରିଥିଲା । ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପର ଟ୍ରଫି ମଙ୍ଗଳବାରଠାରୁ ଆରମ୍ଭ ହେବ । ଏହି ଦିନ ମୁମ୍ବାଇଠାରେ ବିଶ୍ୱକପର ଶିଡ୍ୟୁଲ ଘୋଷଣା କରାଯିବ ।

ଆସନ୍ତା କିଛି ମାସ ମଧ୍ୟରେ ଏହି ଟ୍ରଫି ସାରା ବିଶ୍ୱର ୧୮ଟି ଦେଶକୁ ଯାତ୍ରା କରିବ । ସେହି ଦେଶଗୁଡ଼ିକ ମଧ୍ୟରେ ରହିଛନ୍ତି କୁଏତ, ବାହରିନ, ମାଲେସିଆ, ୟୁଏସଏ, ନାଇଜେରିଆ, ଉଗାଣ୍ଡା, ଫ୍ରାନ୍ସ, ଇଟାଲି, ଯୁକ୍ତରାଷ୍ଟ୍ର ଆମେରିକା ଓ ଆୟୋଜକ ରାଷ୍ଟ୍ର ଭାରତ । ୨୦୧୯ ମସିହା ପରେ ଏହା ହେଉଛି ପ୍ରଥମ ଫୁଲ-ସ୍କେଲ ଟ୍ରଫି । କାରଣ କରୋନା ମହାମାରୀ କାରଣରୁ ପୂର୍ବ ବର୍ଷମାନଙ୍କରେ କିଛି କଟକଣା ଲାଗୁ ହୋଇଥିଲା ।

ଷ୍ଟ୍ରାଟୋସ୍ପିୟରରେ ଏହି ଟ୍ରଫିର ଯାତ୍ରା ଅବସରରେ ୪ ହଜାର କ୍ୟାମେରାକୁ ସଂଲଗ୍ନ କରାଯାଇଥିଲା । ପୃଥିବୀ ପୃଷ୍ଠର ଗୋଟିଏ ପ୍ରାନ୍ତରେ ଷ୍ଟ୍ରାଟୋସ୍ପିୟରିକ ବେଲୁନ ଭିଡିଓ କ୍ୟାପଚର କରିଥିଲା । ଏନେଇ ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି, କ୍ରିକେଟ ଭାରତକୁ ଏକତ୍ର କରିଛି, ଯାହାକି ସାରା ଦେଶରେ ଉତ୍ସାହ ସୃଷ୍ଟି କରିଛି । ସାରା ବିଶ୍ୱର ଶ୍ରେଷ୍ଠ ୧୦ଟି ଟିମକୁ ନେଇ ୬ ସପ୍ତାହରୁ ଅଧିକ ସମୟ ଧରି ହାର୍ଟ-ଷ୍ଟପିଂ କ୍ରିକେଟକୁ ସମସ୍ତେ ଉପଭୋଗ କରିବେ । ବିଶ୍ୱକପ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଯାଇଥବା ବେଳେ ବିଶ୍ୱକପ ଟ୍ରଫି ଯାତ୍ରା ଇଭେଣ୍ଟ କ୍ରୀଡ଼ା ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖୁସିର ସୁଯୋଗ ଆଣିଦେବ ।

Get real time updates directly on you device, subscribe now.