ଶତ୍ରୁର ଡ୍ରୋନକୁ ଧ୍ବଂସ କରିବାକୁ ଅସ୍ତ୍ର ତିଆରି କଲା ପାକିସ୍ତାନର ବନ୍ଧୁ, ଭାରତର ବଢିଲା ଟେନସନ

ବଢିଲା ଭାରତର ଟେନସନ । ଶତ୍ରୁର ଡ୍ରୋନକୁ ଆକାଶରେ ଧ୍ବଂସ କରିବାକୁ ଅସ୍ତ୍ର ତିଆରି କଲା ପାକିସ୍ତାନର ବନ୍ଧୁ ଦେଶ ତୁର୍କୀ ।

ନୂଆଦିଲ୍ଲୀ: ବଢିଲା ଭାରତର ଟେନସନ । ଶତ୍ରୁର ଡ୍ରୋନକୁ ଆକାଶରେ ଧ୍ବଂସ କରିବାକୁ ଅସ୍ତ୍ର ତିଆରି କଲା ପାକିସ୍ତାନର ବନ୍ଧୁ ଦେଶ ତୁର୍କୀ । ପାକିସ୍ତାନର ବନ୍ଧୁ ତୁର୍କୀ ଏପରି ଏକ ଉଦ୍ଭାବନ କରିଛି, ଯାହା ଏପର୍ଯ୍ୟନ୍ତ କୌଣସି ଦେଶ କରିପାରିନାହିଁ। ତୁର୍କୀ ଏକ ଏପରି ଟ୍ୟାଙ୍କ ଉନ୍ମୋଚନ କରିଛି ଯାହା ଲେଜର ରଶ୍ମି ଏବଂ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରି ଆକାଶରେ ଡ୍ରୋନକୁ ନଷ୍ଟ କରିବ। ଏହି ଟ୍ୟାଙ୍କଟିର ନାମ ALKA-KALPAN ।

ତୁର୍କୀ ଦାବି କରିଛି ଯେ, ଆକାଶରେ ଉଡ଼ୁଥିବା ଶତ୍ରୁ ଦେଶର ଡ୍ରୋନକୁ କିଛି ସେକେଣ୍ଡରେ ନଷ୍ଟ କରିଦେବ ଏହି ଟାଙ୍କ୍ । ଲେଜର ରଶ୍ମି ସହିତ ଆକ୍ରମଣ କରୁଥିବା ଏହି ଟ୍ୟାଙ୍କ ନିର୍ମାଣ କରି ତୁର୍କୀ ଅନେକ ଦେଶଙ୍କୁ ଚକିତ କରାଇ ଦେଇଛି । ଏକ ରିପୋର୍ଟ ଅନୁଯାୟୀ, ALKA-KALPAN ରେ କୃତ୍ରିମ ବୁଦ୍ଧିମତ୍ତା, ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଜାମିଂ ଏବଂ ଶକ୍ତିଶାଳୀ ଲେଜର ଟେକ୍ନୋଲୋଜି ଅଛି। ଏହି ଟ୍ୟାଙ୍କଟି ଅନ୍ୟ ଟ୍ୟାଙ୍କ ଏବଂ ବର୍ଡରେ ଥିବା ସେନାଙ୍କ ସହିତ ମିଶି କାମ କରିବା ସମୟରେ ଆକାଶରେ ଉଡ଼ୁଥିବା ଶତ୍ରୁ ଡ୍ରୋନକୁ ନଷ୍ଟ କରିବା ପାଇଁ ଡିଜାଇନ୍ କରାଯାଇଛି।

ତୁର୍କୀ ଏକ ଭିଡିଓ ଫୁଟେଜ୍ ଜାରି କରିଛି, ଯେଉଁଥିରେ ଏହି ହାଇ-ଟେକ୍ ଟ୍ୟାଙ୍କକୁ ଡ୍ରୋନକୁ ଟାର୍ଗେଟ କରି ଆକାଶରେ ହିଁ ନଷ୍ଟ କରିଦେଉଥିବାର ଦେଖିବାକୁ ମିଳିଛ। ALKA-KALPAN ଟ୍ୟାଙ୍କ ସୈନିକମାନଙ୍କୁ ଆକାଶ ମାର୍ଗରୁ ଥିବା ବିପଦରୁ ରକ୍ଷା କରିବା ସହିତ ରାସ୍ତା କଡ଼ରେ ଲାଗିଥିବା ବୋମା ଏବଂ ଅନ୍ୟାନ୍ୟ ବିସ୍ଫୋରକ ଉପକରଣର ମୁକାବିଲା କରିବାରେ ସାହାଯ୍ୟ କରିପାରିବ।

ରିପୋର୍ଟରେ କୁହାଯାଇଛି ଯେ ALKA-KALPAN ଟ୍ୟାଙ୍କ କେବଳ ଡ୍ରୋନ ନୁହେଁ ବରଂ ଭୂମିରେ ରଖାଯାଇଥିବା ହେଲିକପ୍ଟର ଏବଂ ବିସ୍ଫୋରକଗୁଡ଼ିକୁ ମଧ୍ୟ ଚିହ୍ନଟ ଏବଂ ନଷ୍ଟ କରିବାରେ ସକ୍ଷମ। ହେଲିକପ୍ଟରଗୁଡ଼ିକ ଏହାର ଲେଜର କିରଣ ଦ୍ୱାରା ମଧ୍ୟ ନଷ୍ଟ ହୋଇଯାଏ।

ALKA-KALPAN ଟ୍ୟାଙ୍କକୁ FNSS ଏବଂ ROKESTAN ଦ୍ୱାରା ମିଳିତ ଭାବରେ ବିକଶିତ କରାଯାଇଛି, ଯାହା ଆଧୁନିକ ସାମରିକ ବାହିନୀର ପ୍ରମୁଖ ଆବଶ୍ୟକତା ପୂରଣ କରିବ। ଏହାକୁ ତୁର୍କୀର ପ୍ରତିରକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ବୋଲି କୁହାଯିବ ।