fbpx
BSKY SKY
BSKY SKY

ବିଶ୍ୱ ସ୍ୱାସ୍ଥ୍ୟ ଦିବସ-୨୦୨୨: ଅବ୍ୟବହୃତ ଜୋତାରେ ପ୍ରିୟଙ୍କାଙ୍କ ସଚେତନତା ବାର୍ତ୍ତା

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପାଳିତ ହୋଇ ଯାଇଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ୭୪ ତମ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଅବ୍ୟବହୃତ ଜୋତାରେ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି ଚିତ୍ରଶୀଳ୍ପି ପ୍ରିୟଙ୍କା ସାହାଣୀ । ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ, ବ୍ୟାୟାମ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ ବୋଲି ଅବ୍ୟବହୃତ ଜୋତା ଜରିଆରେ ବାର୍ତ୍ତା ଦେଇଛନ୍ତି ପ୍ରିୟଙ୍କା । ଅବ୍ୟବହୃତ ଜୋତାରେ ଆକ୍ରିଲିକ୍ ରଙ୍ଗ ବ୍ୟବହାର କରି ପ୍ରିୟଙ୍କା ଏହି ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି ।

ଆମରି ବିଶ୍ୱ ଓ ଆମ ସ୍ୱାସ୍ଥ୍ୟ ଚଳିତ ବର୍ଷର ଥିମ୍ ରହିଥିବା ବେଳେ ଏହାକୁ ମଧ୍ୟ ବାର୍ତ୍ତାରେ ଲେଖିଛନ୍ତି । ଏହା ସହିତ ୧୦ଟି ଜନଜାତି କଳା(ସଉରା)ର ପ୍ରତୀକକୁ ଏହି ଜୋତା ଉପରେ ରଖିଛନ୍ତି । ଦୌଡ଼ିବା, ଶାରୀରିକ ପରିଶ୍ରମ, ଫଳ ଓ ପନିପରିବା ଖାଇବା, ମଦ ବର୍ଜନ, ଧୂମପାନ ବର୍ଜନ, ଶାକାହାର, ବୃକ୍ଷରୋପଣ ଏବଂ ନିୟମିତ ଭାବରେ ଡାକ୍ତରୀ ପରାମର୍ଶ କରିବା ପାଇଁ ଏହି ଚିତ୍ରକଳା ଜରିଆରେ ବାର୍ତ୍ତା ଦେଇଛନ୍ତି ପ୍ରିୟଙ୍କା ।

Get real time updates directly on you device, subscribe now.