fbpx

ଶ୍ରମିକଙ୍କ ପାଇଁ ଗୋଟିଏ ଦିନ: ପଥର ଚିତ୍ରକଳାରେ ପ୍ରିୟଙ୍କାଙ୍କ ଶୁଭେଚ୍ଛା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମେ ୧ ତାରିଖକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭାବରେ ପାଳନ କରାଯାଏ । ଆଉ ଚଳିତ ବର୍ଷର ଥିମ ରହିଛି \’Act together to build a positive safety and health culture’. ଏହି ଦିବସରେ ଚିତ୍ରଶିଲ୍ପୀ ପ୍ରିୟଙ୍କା ସାହାଣୀ ଏକ ବଡ ପଥରରେ ଏକ୍ରିଲିକ ରଂଗ ବ୍ୟବହାର କରି ଜଣେ ଶ୍ରମିକ ଇଟା ବୋହୁଥିବାର ଚିତ୍ର ଆଙ୍କିଛନ୍ତି । ଯାହା କରିବାକୁ ୪୫ ମିନିଟ ସମୟ ଲାଗିଥିଲା । ଆଜି ମେ ୧ ବା ଆନ୍ତର୍ଜାତୀୟ ଶ୍ରମିକ ଦିବସ । ଶ୍ରମିକମାନଙ୍କ ଉଦ୍ଦେଶ୍ୟରେ ଆଜିର ଦିନଟି ଉତ୍ସର୍ଗୀକୃତ ।

ସମୟ ଥିଲା ପୂର୍ବରୁ ପୁଂଜିବାଦୀ ମାଲିକମାନଙ୍କ ନିକଟରେ ଶ୍ରମିକ କାମ କରୁଥିଲେ । ଧୀରେ ଦୀରେ ଶ୍ରମିକଙ୍କ ପ୍ରତି ମାଲିକଙ୍କ ନିର୍ଯାତନା ବଢୁଥିଲା । ପରେ ଶ୍ରମିକମାନେ ମାଲିକମାନଙ୍କ ଶୋଷଣରେ ଅତିଷ୍ଠ ହୋଇପଡିଥିଲେ । ବିଭିନ୍ନ କଳକାରଖାନାରେ ସେମାନଙ୍କୁ ନିର୍ଯାତନା ଓ ଅତ୍ୟାଚାର କରାଯାଉଥିଲା । ସେତେବେଳେ ମାଲିକମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ସେମାନଙ୍କ ପକ୍ଷରେ ସହଜ ନଥିଲା । ହେଲେ ଦୈନିକ ୮ ଘଣ୍ଟାର କର୍ମ ନିର୍ଘଣ୍ଟ ପାଇଁ ଶ୍ରମିକମାନେ ଏକଜୁଟ ହୋଇ ଦାବି କରିଥିଲେ । ପରେ ଦାବି କ୍ରମେ ଆନ୍ଦୋଳନର ରୂପ ନେଇଥିଲା ।

ଫଳରେ ମାଲିକମାନଙ୍କର ଦମନଲୀଳାର ଶିକାର ହୋଇ ଶତାଧିକ ଶ୍ରମିକଙ୍କ ଜୀବନ ମଧ୍ୟ ଗଲା । ପୁରା ରାସ୍ତାଘାଟ ଶ୍ରମିକଙ୍କ ରକ୍ତରେ ଲାଲ ହୋଇପଡିଲା । ଦୀର୍ଘଦିନ ଆନ୍ଦୋଳନ ପରେ ଶେଷରେ ମାଲିକମାନେ ଶ୍ରମିକମାନଙ୍କର ଦାବି ମାନିବାକୁ ବାଧ୍ୟ ହୋଇଥିଲେ । ତେଣୁ ସାରା ବିଶ୍ୱରେ ମେ ପହିଲାରେ ପାଳନ କରାଯାଏ ଅନ୍ତର୍ଜାତୀୟ ଶ୍ରମିକ ଦିବସ ।

Get real time updates directly on you device, subscribe now.